pakka

ଚନ୍ଦ୍ରଭାଗାରେ ମାଘ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

bbehera

କୋଣାର୍କ : ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । କିମ୍ବଦନ୍ତୀ ଓ ପୌରାଣିକ ମତ ଅନୁଯାୟୀ ବାରେଣୀ ବୁଡରେ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଶରୀର ଆରୋଗ୍ୟ ରହିବା ସହ ପରିବାରର ମଙ୍ଗଳ ହେବ ବୋଲି ରହିଛି ବିଶ୍ୱାସ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଚନ୍ଦ୍ରଭାଗା ମେଳାପଡିଆ ଓ ତ୍ରୀର୍ଥ ପୁଷ୍କରିଣୀରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନେ ମେଳାପଡ଼ିଆ ବ୍ୟାରିକେଡରେ ଧାଡିରେ ଠିଆହୋଇ ବୁଡ଼ ପକାଇବା ପାଇଁ ଅପେକ୍ଷା କରିଥିଲେ । ବାବା ତ୍ରୀବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ରାତ୍ର ୧୦ଟା ୩୦ରେ ମନ୍ଦିରରୁ ବାହାରି ଘଣ୍ଟା ଘଣ୍ଟ, ନାଗା କାଳିକା, ଘୋଢାନାଚ ମାଧ୍ୟମରେ କୋଣାର୍କ ଏନ୍‌ଏସି ।ରେ ରାତି ୧୨ଟା୩୦ ପହଞ୍ଚିବା ପରେ ସେଠାରେ ଭୋଗ ଖାଇ ଚନ୍ଦ୍ରଭାଗା ଅଭିମୁଖେ ବାହାରି ଥିଲେ । ଭୋର୍ ୪ଟା ୩୪ ମିନିଟ୍ ସମୟରେ ତିନିଠାକୁରଙ୍କ ରୀତିନୀତି ଅନୁସାରେ ସ୍ନାନ କରାଯିବା ପରେ ଅପେକ୍ଷା ରତ ସାଧୁସନ୍ଥମାନେ ସ୍ନାନ କରିଥିଲେ । ପରେ ସାଧୁସନ୍ଥଙ୍କ ଦ୍ୱାରା ମଙ୍ଗଳ ଆଳତୀ କରାଯାଇଥିଲା ତିନି ଠାକୁରଙ୍କ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ ।

jay balangir
Leave A Reply

Your email address will not be published.

fifteen − 14 =

error: Content is protected !!