pakka

ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମ ଦ୍ୱାରା ହିଁ ଆଦର୍ଶ ରାଷ୍ଟ୍ରର ପୁନର୍ଗଠନ ସମ୍ଭବ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : “ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ” ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବୃୟାରୀରେ “ମାତୃ-ପିତୃ ପୂଜନ” କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ଦ୍ୱାରା ଏକ ଅଭିନବ ପ୍ରୟାସ ବିଗତ ୧୪ ବର୍ଷ ହେଲା ହୋଇଆସୁଛି । ଏହି ପରିପ୍ରେକ୍ଷୀରେ, ଚଳିତ ବର୍ଷ ମଧ୍ୟ ବିଗତ ଏକ ମାସ ବ୍ୟାପି ସମଗ୍ର ଅଞ୍ଚଳରେ “ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମ” କରିବା ସହିତ ପ୍ରେମ-ଦିବସ ପାଳନ କରାଯାଇଛି । ସ୍ଥାନୀୟ ପାନପୋଷ, ଗର୍ଜନ, ତୁମରନ, ଝାରବେଡ଼ା, ସାହାଜବାହାଲ, ବିଲେଇଗଡ଼ (ସୁନ୍ଦରଗଡ଼), ଚିଚିଣ୍ଡା ଉଚ୍ଚ ବିଦ୍ୟାଳୟ (ଝାରସୁଗୁଡା), ରଣକଟା ବିଦ୍ୟାଳୟ (ଝାରସୁଗୁଡା), ଦାଣ୍ଡିଆପାଲି, ରାଜଗାଙ୍ଗପୁର, ବଣାଇ, ବରସୁଆଁ, ସିମଡେଗା (ଝାଡ଼ଖଣ୍ଡ), ଚକ୍ରଧରପୁର (ଝାଡ଼ଖଣ୍ଡ) ତଥା ସୋନାପର୍ବତ ଆଦି ସ୍ଥାନରେ ବିଗତ ଦିନମାନଙ୍କରେ “ମାତୃ-ପିତୃ ପୂଜନ” କରି ୧୪ ଫେବୃୟାରୀକୁ କିପରି ପ୍ରେମ ଦିବସ ରୂପେ ପାଳନ କରିବା ତାହାର ଦୃଷ୍ଟାନ୍ତ ରଖିଛନ୍ତି । ପୂଜନ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଧ୍ୟାନ କରାଯାଇଥିଲା । ବନ୍ଦ ଆଖିରେ ଧ୍ୟାନ ମାଧ୍ୟମରେ ସମସ୍ତଙ୍କୁ ନିଜର ଜନ୍ମ ପୂର୍ବରୁ ମାତୃ ଗର୍ଭରେ ମାଆର ଯନ୍ତ୍ରଣାଠୁଁ ଆରମ୍ଭ କରି ବାଲ୍ୟକାଳରେ ମାତା ପିତା ସନ୍ତାନର କେଉଁ ଭଳି ଯତ୍ନ ନିଅନ୍ତି, କିଶୋର ତଥା ଯୌବନ ବେଳେ ସନ୍ତାନର ଜିଦିକୁ ମାତା ପିତା କିଭଳି ସହ୍ୟ କରି ସନ୍ତାନର ଉନ୍ନତି ପାଇଁ ହିଁ ନିଜକୁ ଉସ୍ୱର୍ଗ କରି ପରିଶେଷରେ ସନ୍ତାନ ପାଇଁ କେବେ ଅଲୋଡ଼ା ହୋଇଯିବା ଇତ୍ୟାଦି ଚିତ୍ରକୁ ଜୀବନ୍ତ ରୂପେ ମନେପକାଇ ଦିଆଯାଇଥିଲା । ଏହିପରି ନିରବ ଓ ଶାନ୍ତ ବାତାବରଣରେ ଧ୍ୟାନ ଦ୍ୱାରା ହିଁ ସମସ୍ତେ ନିଜ ନିଜ ମାତାପିତାଙ୍କ ମୂଳକୁ ଅନୁଭବ କରି ସତେ ଯେମିତି ଆଜି ଚଳନ୍ତି ଠାକୁରଙ୍କୁ ପାଇ ଓ ତାଙ୍କରି ପୂଜନ କରି ନିଜକୁ ଧନ୍ୟ କରିବା ପାଇଁ ବ୍ୟଗ୍ର ହୋଇ ଯାଉଥିଲେ । ସନ୍ତାନମାନେ ନିଜ ନିଜର ମାଆ-ବାପାଙ୍କୁ ଚନ୍ଦନ ଲଗାଇ, ଫୁଲ ମାଳ ପିନ୍ଧାଇ ଓ ପ୍ରସାଦ ଖୁଆଇ ଏକ ନିଆରା ଢଙ୍ଗରେ ପ୍ରେମ ଦିବସ ପାଳନ କଲେ । ତତ୍ ପରେ, ନିଜ ମାତାପିତାଙ୍କୁ କୋଳାଗ୍ରତ କରି ସନ୍ତାନମାନେ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରେ ସମ୍ପୂର୍ଣ୍ଣ ପରିବେଶ ଭାବବିହ୍ଵଳମୟ ଓ ଲୋତକପୂର୍ଣ୍ଣ ଥିଲା । ମାତା-ପିତାମାନେ ହୃଦୟରୁ ଗଦଗଦ ହୋଇ ନିଜ ସନ୍ତାନମାନଙ୍କୁ କୋଳେଇ ନେଇ ତାପରେ ମୁଣ୍ଡରେ ହାତ ରଖି ଆନ୍ତରିକ ଆଶୀର୍ବାଦ ଦେଇଥିଲେ । ଏହିପରି ନିଆରା ଓ ଅଭିନବ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଆଜିର କଳୁଷିତ ଜୀବନକୁ ସୁସଂସ୍କୃତ କରି ଏକ ନବ ଚେତନାର ମାର୍ଗ ପ୍ରଦାନ କରିବ ବୋଲି ପ୍ରତେକ ଉପସ୍ଥିତ ବ୍ୟକ୍ତି ମତପୋଷଣ କରିଥିଲେ । ଆଜିର ଭୌତିକ ସର୍ବସ୍ୱ ଦୁନିଆଁରେ ବୃଦ୍ଧ ତଥା ବୟସ୍କାମାନଙ୍କୁ ଆଉ ବୃଦ୍ଧଆଶ୍ରମର ଦ୍ୱାର ଦେଖିବା ପାଇଁ ପଡ଼ିବ ନାହିଁ; ଯଦି ପ୍ରତ୍ୟେକ ସନ୍ତାନ ଏହିପରି ପୂଜନ କାର୍ଯ୍ୟକ୍ରମର ଅନନ୍ୟ ଅନୁଭୂତି ନିଜର କରିବେ ବୋଲି ସମସ୍ତେ ଆଲୋଚନା କରିଥିଲେ । ଯୁବକମାନଙ୍କ ଭିତରେ ମାତୃ-ପିତୃ ପୂଜନ ମାଧ୍ୟମରେ ହିଁ ପରିପକ୍ୱ ଆଦର୍ଶ ଭାବନାର ପ୍ରତିରୋପଣ କରାଯାଇ ପାରିବ ଯଦ୍ୱାରା, ଆଦର୍ଶ ରାମ-ରାଜ୍ୟର ପୁନର୍ଗଠନ ସମ୍ଭବ ହୋଇପାରିବ । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଶେଷରେ ଆଜିର ଦିନରେ ମାତା ପିତାଙ୍କ ମହାନତାକୁ ଆଧ୍ୟାତ୍ମିକ, ବ୍ୟବହାରିକ ତଥା ଧାର୍ମିକ ଦୃଷ୍ଟି ରେ ଆଲୋକପାତ କରାଯାଇଥିଲା । ଏହା ସହିତ, ପ୍ରତେକ ୧୪ ଫେବୃୟାରୀ ଦିନକୁ ହିଁ “ମାତୃ-ପିତୃ ପୂଜନ ଦିବସ” ରୂପେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ କରିବାର ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟକୁ ଆଲୋକପାତ କରାଯାଇଥିଲା । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ନିଜ ମାତା-ପିତାଙ୍କ ସହିତ ହିଁ ପ୍ରେମ ଦିବସ ପାଳନ ଅଭିଯାନ ଆଜି ବିଶ୍ୱ ବ୍ୟାପୀ ହୋଇଯାଇଛି ବୋଲି ସର୍ବ ସାଧାରଣରେ ସ୍ୱୀକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୀତି ବିଶ୍ଵକର୍ମା, ଗୀତାଞ୍ଜଳି ମହାନନ୍ଦିଆ, ଶୁଭେନ୍ଦୁ ନାଏକ, ଆଶା ଦେବୀ ମାଳି, ଶକୁନ୍ତଳା ମାଝୀ, ଲଳିତା ପୋଦାର, ସୁନିତା ସାହୁ, ଜୟ ଶଙ୍କର ଗୌଡ଼, ବିଶ୍ୱମ୍ବର ମହାନ୍ତି(ବିଶୁ ଭାଇ), ଡାକ୍ତର ସଞ୍ଜୟ କୁମାର, ସୁନୀତା ସାହୁ, ମନ୍ଦିରା ମିଶ୍ର, ପର୍ଶୁରାମ ବଡାଇକ, ଦିଲ୍ଲୀପ ମହାନନ୍ଦିଆ, ବନାରସୀ ପ୍ରସାଦ, ମୁକେଶ କୁମାର, ରାଧାକାନ୍ତ ବୁଡା, ଟିକେଶ୍ୱର୍ ମେହେର, ଜୟନ୍ତ ଦେଓ, ହୃଷିକେଶ ମାହାନ୍ତ, ପବିତ୍ର ଦାସ, ରୁକ୍ମଣୀ ପ୍ରଧାନ, ନମିତା ମାହାନ୍ତ, ଦିଲେଶ୍ୱର ନାଏକ, ଶିବ ବିଶ୍ଵକର୍ମା, ଦେବଜିତ ଶତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ, ଶିବ ପ୍ରସାଦ, ମଧୁ ବର୍ମା, ଶ୍ରୀୟା ପଟ୍ଟନାୟକ, କନକ ସାହୁ, ବିଶ୍ଵଜିତ ସରକାର, ରାମେଶ୍ୱର ଦାସ, ସରସ୍ୱତୀ ଜେନା, ରଞ୍ଜିତା ଗୁପ୍ତା, ସୁନୀତା ଅଗ୍ରୱାଲ, ଶିଲା ଗୁପ୍ତା, ରିନା ସା, ଶିବ ସାଗର ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen − one =

error: Content is protected !!