ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ପାଞ୍ଚଛକସ୍ଥିତ ଜୟ ମା’ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମହାରାଣୀ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ମୂଖ୍ୟ ଅତିଥି, ଜୟ ମା’ପାଟଣେଶ୍ଵରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଶିଲ କୁମାର ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଆଜିର ଆହ୍ୱାନ ଏକ ବୃକ୍ଷ ଏକ ସନ୍ତାନ ଲଗୋର ବାର୍ତ୍ତା ଆହ୍ୱାନ ଦେଇଥିଲେ । ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି । ଜୟ ମା’ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳ ଫୁଲ ଔଷଧୀୟ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକଙ୍କ ସମେତ ସମସ୍ତ ଷ୍ଟାଫ୍ ଉପସ୍ଥିତ ଥିଲେ ।
Prev Post