କବି ଆଶିଷ କୁମାର ସ୍ୱାଇଁ ପାଇଲେ ନୀଳଚକ୍ର ବାନା ସାରସ୍ୱତ ସମ୍ମାନ-୨୦୨୧

csstore

କଟକ, (ଚକ୍ରବର୍ତ୍ତୀ ଓତା) : ପୁରୀ ନୀଳଚକ୍ର ବାନା ଅନୁଷ୍ଠାନ ପକ୍ଷରୁ ୟୁଥ ହଷ୍ଟେଲ, ପୁରୀ ପରିସର ମଧ୍ୟରେ ନୀଳଚକ୍ର ବାନା ଶୁଭ ଲୋକାର୍ପଣ ଉତ୍ସବ, ପ୍ରତିଭା ପୂଜନ କାର୍ୟ୍ୟକ୍ରମ ସହ କବିତା ଆସର ଓ ରାଜ୍ୟ ସ୍ତରୀୟ କବି ଲେଖକ ସମ୍ମେଳନ ୨୦୨୧ ଅନୁଷ୍ଠିତ ହୋଇଯାଇଛି । କୃଷ୍ଣପ୍ରସାଦ ବ୍ଲକ ଉପକଣ୍ଠ ବ୍ରହ୍ମଗିରି ଅଞ୍ଚଳର ଉଦିୟମାନ ଯୁବ ପ୍ରତିଭା ଶ୍ରୀମାନ ଆଶିଷ କୁମାର ସ୍ୱାଇଁଙ୍କୁ କବିତା, ଗଳ୍ପ, ସ୍ତମ୍ଭ, ଉପସ୍ଥାପକ ଓ ସମାଜସେବା ପାଇଁ ‘ନୀଳଚକ୍ର ବାନା ସାରସ୍ୱତ ସମ୍ମାନ ୨୦୨୧’ ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ଉତ୍ସବରେ ଉଦ୍ଘାଟକ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ମୁଖ୍ୟଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଶଡଙ୍ଗୀ, ସମ୍ମାନିତ ଅତିଥି ଭାବେ କୁଳପତି ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ପ୍ରଫୁଲ୍ଲ କୁମାର ମହାନ୍ତି, ଓଡିଶା ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିଆର ସିଂହ, ମୁଖ୍ୟ ବକ୍ତା ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ନୀଳଚକ୍ର ବାନା ପତ୍ରିକାର ପ୍ରକାଶକ ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ସମ୍ପାଦିକା ପୌର୍ଣ୍ଣମାସୀ ଦେବୀ କାର୍ୟ୍ୟକ୍ରମକୁ ପରିଚାଳନା କରିଥଲେ ।

Leave A Reply

Your email address will not be published.