pakka

ସିକୁଆଁ ଶ୍ରୀହର୍ଷ ହାଇସ୍କୁଲକୁ ୫-ଟିରେ ସାମିଲ କରିବା ପାଇଁ ବୈଠକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକ ସିକୁଆଁ ସ୍ଥିତ ଶ୍ରୀହର୍ଷ ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ସାମିଲ କରିବା ପାଇଁ ସ୍ଥାନୀୟ ସରପଞ୍ଚ ରାଜକୁମାର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା ଯୋଗଦେଇ ଏହି ବିଦ୍ୟାଳୟକୁ ୫-ଟିରେ ସାମିଲ କରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରିବାରେ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରଚେଷ୍ଠା କରାଯିବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁ ସଭା ପରିଚାଳନା କରିଥିଲେ । ବୈଠକରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସମିତି ସଭ୍ୟା ଟୁନି ସେଠ, ନାଏବ ସରପଞ୍ଚ ରତନି ରଣା, ସିଆର୍‌ସିସି ଚୁନଚୁନ ନାଗଙ୍କ ସହ ଗାଁର ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

two × two =

error: Content is protected !!