pakka

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡାଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

bbehera

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ୨୦୨୨ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଇ ୧ ତାରିଖ ଓ ବାହୁଡାଯାତ୍ରା ୯ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁ ରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି ପ୍ରସ୍ତାବ ପାଠ ପୂର୍ବକ ସବିଶେଷ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲ୍ଲାପାଳ ଡ.ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ୧ ତାରିଖ ଦିନ ଅପରାହ୍ନ ୪.୦୦ ଘ. ସମୟରେ ମହାରାଜା ଉଦିତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ । ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା, ପ୍ରଶାସନ ଦ୍ୱାରା ମାଜିଷ୍ଟ୍ରେଟ ମୃତୟନ, ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ, ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ, ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ, ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକାଡ଼ିଂ, ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର, ରଥ ତିଆରି ଓ ରଥ ଚଳାଚଳର ଉପଯୁକ୍ତତା ପ୍ରମାଣପତ୍ର, ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ, ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ, ଭ୍ରାମ୍ୟ ମାଣ ସ୍ୱାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା, ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଆମିଷ ଓ ମଦ ବିକ୍ରି ଉପରେ କଟକଣା, ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ, ରଥଯାତ୍ରା ଓ ବାହୁଡାଯାତ୍ରାର ଧାରା ବିବରଣୀ, ଭଜନ ସମାରୋହ, ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା, ବାଲାଜୀ ମନ୍ଦିର ରଥଯାତ୍ରା ଓ ମାଉସୀମା ମନ୍ଦିର ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଇଆର୍‌ଏଣ୍ଡବି ଅଜିତ ବାବୁ, ତହସିଲଦାର ଉପେନ୍ଦ୍ର ଲୁହା, ଡିପିଏଚଓ ରାକେଶ ସାହୁ, ଡିଆଇପିଆର୍‌ଓ ମନୋଜ ବେହେରା, ଇଇ,ଏନ୍ଏଚ ଏ.କେ ଟୁଡୁ, ବିଡିଓ ବିନୟ କୁମାର ଭୋଇ, ଆଇଆଇସି ଟାଉନ୍ ଥାନା ପ୍ରଦୀପ ଧାରୁଆ, ମ୍ୟୁନିସିପାଲଟି ଇଓ ବଳୟ ଦେହୁରୀ, ଡିସିଓ ଶ୍ରୀମତୀ ଅର୍ପିତା ବେହେରା, ଇଇ, ଟିପିଡବ୍ଲୁଓ ଏଲ୍ ମାନସ ରଞ୍ଜନଙ୍କ ସମେତ ଓକିଲ ସଂଘ ସଭାପତି ସୁବ୍ରତ ବହିଦାର, ଉତ୍ସବ ସାହୁ, ଜଗଦୀଶ ମଣ୍ଡଳ, ସତ୍ୟ ନାରାୟଣ ମହାପାତ୍ର, ପୂଜକ ଅଜୟ ମହାପାତ୍ର, ଶଶି ଭୂଷଣ ଚୌଧୁରୀ, ଅଭୟ ନାଏକ, ସବିର ମହମ୍ମଦ, ଏମଡି ସଲିମ୍, ଯୋଗେଶ ଅଗ୍ରୱାଲ, ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × three =