jayashree

ଲୋଇସିଂହା ବ୍ଲକ୍ କଳାକାର ସଂଘର ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମ ପରିସରରେ ବ୍ଲକ କଳାକାର ସଂଘର ସଭାପତି ସରୋଜ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂମ୍ପାଦକ ବ୍ରଜ ମୋହନ ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଫିରୋଜ ଦାସ୍ ଗତବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ବିଶ୍ୱାଳ ସାଂସ୍କୃତିକ ଦଳ ମାନଙ୍କ ପାଇଁ ହୋଇଥିବା ସଂସ୍କୃତି ବିଭାଗ ପକ୍ଷରୁ ନୂତନ ସି.ଟି.ଏମ୍.ଏସ୍ ବ୍ୟବସ୍ଥା ବିଷୟରେ ସଚେତନ କରିବା ସହିତ ଚଳିତ ବର୍ଷ ସଂଘର ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ପାଇଁ କଣ ସବୁ ଯୋଜନା କରାଯିବ ସେ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାର କଳାକାର ମାନଙ୍କ ଭତ୍ତା ବୃଦ୍ଧି ଘୋଷଣା କରିବା ଦୁଇ ବର୍ଷ ବିତିଯିବା ସତ୍ୱେ ଭତ୍ତା ବୃଦ୍ଧି ନ କରିବା, ନୂତନ ଭତ୍ତା ଘୋଷଣା ହେଉ ନ ଥିବା ଯୋଗୁଁ ଉପସ୍ଥିତ ବରିଷ୍ଠ କଳାକାର ମାନେ ସରକାରଙ୍କ ପ୍ରତିଶୃତି ଏକ ଜୁମଲା ବୋଲି ତାତ୍ସଲ୍ୟ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖୁବ୍ ଶୀଘ୍ର ଏ ବିଷୟରେ ସଂସ୍କୃତି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବ୍ଲକର ସମସ୍ତ ପଞ୍ଚାୟତରୁ ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ । ପରିଶେଷରେ ବ୍ରଜ ମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.