jayashree

ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ – ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁରାବନ୍ଧ ଗ୍ରାମ ଠାରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବିଘ୍ନହରତା ଗଣେଶ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ସଂଘର ସଭାପତି ଲିଙ୍ଗରାଜ ପୋଢଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ମୁଖ୍ୟ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଭୋଳାନାଥ ବେହେରା, ଯୁରାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ସଗ୍ରିଆ, ସମାଜସେବୀ ନେତ୍ରାନନ୍ଦ ସଗ୍ରିଆ, ଜିଲ୍ଲା ଯାଦବ ସମାଜ ସାଧାରଣ ସମ୍ପାଦକ କ୍ଷୀରସିନ୍ଧୁ ବଛା, ୱାଡ ମେମ୍ବର ରସିକ ପୋଢ, ବୈଷ୍ଣବ ବାଗ, କୁମର ବାଗ, ଦେବ କୁମାର ବନଛୋର ପ୍ରମୁଖ ମଞ୍ଚାସିନ ହୋଇ ନୂଆଁଖାଇ ପର୍ବ ଓ ତାର ମହତ୍ୱ ବିଷୟରେ ନିଜର ବ୍ୟକ୍ତବ୍ୟ ଦେଇଥିଲେ । ସଂଘର ସଂପାଦକ ତୁଲାଚନ୍ଦ୍ର ପୋଡ଼ ସଭା ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା, ପଶ୍ଚିମ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ ଭଜନ ପରିବେଷଣ କରିଥିଲେ । ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସ୍ମୃତି ଓ ରାହୁଲ ପ୍ରଥମ, ପୁଷ୍ପାଞ୍ଜଳି ସଗ୍ରିଆ ଦ୍ୱିତୀୟ ଓ ରୋହନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜଜ୍ ଭାବେ ବଙ୍ଗୋମୁଣ୍ଡା ଧନୁଯାତ୍ରା କମିଟିର ସାଂସ୍କୃତିକ ସଂପାଦକ ଘନଶ୍ୟାମ ମନହିରା, କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ହାସ୍ୟ ଅଭିନେତା ସୁଶୀଲ ପୋଢ ରହିଥିଲା । ଏହି କାର୍ଯ୍ୟକ୍ରମରେ ଯଶୋବନ୍ତ ପୋଢ, ଘଣ୍ଟେଶ୍ଵର ପୋଢ ରଞ୍ଜନ ଭାଟି, ଛତ୍ରପତି ଛତ୍ରିଆ, ନିର୍ମାଲ୍ୟ ବାଗ, ସୁରୁ ପୋଢ, ପ୍ରଭୁଲାଲ ହଂସ, ରୁଦ୍ର ବାଗ, ରାହୁଲ ପୋଢ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ବିଲମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.