pakka

ବଦଳିଲେ ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର ଏସ୍‌ଡିପିଓ

bbehera

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍‌ଆଇ ହତ୍ୟା କରିବା ମାମଲାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ହତ୍ୟାକାରୀ ଏଏସ୍‌ଆ ଗୋପାଳ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଆଜି ବଦଳିଛନ୍ତି ଝାରସୁଗୁଡ଼ା ଏସ୍‌ପିଙ୍କ ସହ ବ୍ରଜରାଜନଗର ଏସ୍‌ଡିପିଓ । ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବରଗଡ଼ ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସ୍‌ଡିପିଓ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.

2 + 19 =