pakka

ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ, ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ପାଟଣାଗଡ ପୋଲିସ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ତେବେ ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ସ୍ଥାନୀୟ ପୋଲିସ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗଙ୍ଗାସାଗର ଗ୍ରାମ ପଂଚାୟ ଠାରେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗାଧୋଇବା ସମୟରେ ତାଙ୍କ ଭିଣୋଇ ତାଙ୍କ ଅଜାଣତରେ ଭିଡିଓ ବନାଇବା ସହ ତାକୁ ବ୍ଲାକମେଲ୍‌ କରି ଦୁଷ୍କର୍ମ କରିଥିଲା । ଫଳରେ ସେ ପାଟଣାଗଡ ଥାନାର ଦ୍ୱାରସ୍ଥ ହେବା ପରେ ଆଜି ପାଟଣାଗଡ ପୋଲିସ ଅଭିଯୁକ୍ତ ଭିଣୋଇକୁ ଯୋଗୀମୁଣ୍ଡା ଠାରୁ ଗିରଫ କରିଛି ।

Leave A Reply

Your email address will not be published.

one × five =