pakka

ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

bbehera
  • ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ଓ ଫନି ଦୁର୍ନୀତି ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଡେଲାଙ୍ଗ ରାମଚନ୍ଦ୍ରପୁର ଛକରୁ ବାହାରି ଡେଲାଙ୍ଗ ହାଟ ଦେଇ ରାଜ୍ୟ ନବୀନ ସରକାର ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ନାରାବାଜି ସ୍ଲୋଗାନ ଦେଇ ଡେଲାଙ୍ଗ ବ୍ଲକ ସମ୍ମୁଖରେ ପହଁଚି ପ୍ରତିବାଦ ସ୍ୱର୍ରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଡେଲାଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନୀୟମିତତା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି । ଏନେଇ ବ୍ଲକର ୨୧ଟି ପଞ୍ଚାୟତରେ ଅସନ୍ତୋଷ ବୃଦ୍ଧି ପାଇବା ପରେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ଗରିବ ଖଟିଖିଆ ହିତାଧିକାରୀଙ୍କ ଦୁଃଖ ଦୁର୍ଦଶା ହୃଦୟଙ୍ଗମ ପରେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଥିଲେ । ଆବାସ ଯୋଜନା ଅନୀୟମିତତା ନେଇ ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶହସ୍ରାଧିକ ହିତାଧିକାରୀ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପଦର୍ଶନ କରିଥିଲେ । ଗତ ଫନି ବାତ୍ୟା ସମୟରେ ଅନେକ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟମାନଙ୍କୁ ଚଞ୍ଚକତାର ସହିତ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇଥିବା ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଥିଲା । ସେହିପରି ୧୫ ଶହ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇ ଟଙ୍କା ଫେରସ୍ତ ନିଆଯାଇଥିଲା । ଏହି ସବୁ ଘଟଣାରେ ନିଦ୍ଧିଷ୍ଟ ଏକ ରାଜନୈତିକ ଦଳର ହାତ ରହିଥିବା ଆବାହକ ରାଧାମୋହନ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ସେହିପରି ଆବାସ ସହାୟତାରେ ଅଯୋଗ୍ୟ ହିତାଧିକାରୀମାନଙ୍କ ବିରୋଧରେ ଜଣେ ନିସ୍ପେଶିତ ଗରିବ ହିତାଧିକାରୀ ଅଭିଯୋଗ କରିବ ଏହା ଯଥା ସମ୍ଭବ ନୁହେଁ । ଦୌବାତ ଯଦି ଜଣେ ଅଭିଯୋଗ କରେ ତେବେ ଗାଁରେ ବଡବଡିଆମାନଙ୍କ ଆକ୍ରୋଶର ଶିକାର ହେବା ଭଳି ପରିସ୍ଥିତି ସୃଷ୍ଟି ହେବ । ତୁରନ୍ତ ସରକାରୀ ଅଧିକାରୀମାନେ ତଦନ୍ତ କରି ତାଲିକା ସଂଶୋଧନ କରିବା ଆବଶ୍ୟକ ବୋଲି ମଂଚର ଉପଦେଷ୍ଟା ଜନ୍ମେଜୟ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅନୀୟମିତତା ନେଇ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରା ଯିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରମୋଦ ପାତ୍ର, ଦେବାଶିଷ ଦିକ୍ଷିତ୍‌, ଧନେଶ୍ୱର ପରିଡା, ଚଣ୍ଡେଶ୍ୱର ଦାଶ, ବିଚିତ୍ର ରାଉତ, ସୁରେଶ ମହାରଣା, ରାଜେନ୍ଦ୍ର ସ୍ୱାଇଁ, ଅକ୍ଷୟ ନାୟକ, ମନୋରଞ୍ଜନ ସ୍ୱାଇଁ, ସରୋଜ ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ପ୍ରଭାତ ପାଇକରାୟ, ଲକ୍ଷ୍ମୀଧର ପ୍ରଧାନ, ସନ୍ତୋଷ କୁମାର ଲେଙ୍କା, ବିଶ୍ୱରଞ୍ଜନ ମହାପାତ୍ର, ପବିତ୍ର ପରିଡା ପ୍ରମୁଖ ୪ ହଜାରରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ହାଟ ବଜାର ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍‌ ଓ ଏସ୍‌ଆଇ ପ୍ରଭୁଦତ୍ତ ବିଶ୍ୱାଳଙ୍କ ସମେତ ୨ ସେକ୍ସନ୍‌ ପୋଲିସ ଫୋର୍ସ ମୁତ୍ତୟନ ଥିଲେ । ଶେଷରେ ଜନକଲ୍ୟାଣ ମଂଚର ଉପଦେଷ୍ଟା ଜନ୍ମେଜୟ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten − 2 =