pakka

ଆଦର୍ଶ ଶିକ୍ଷକ ତଥା ବରିଷ୍ଠ କଳାକାର ଖୁସିରାମ ଚାଉଲିଆଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ନିବାସୀ ଖୁସିରାମ ଚାଉଲିଆ(୫୯)ଙ୍କ ଗତକାଲି ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ଜଣେ ଶିକ୍ଷକ ବନ୍ଧୁଙ୍କ ଶେଷଯାତ୍ରାରେ ସାମିଲ୍‌ ହୋଇ ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ତଳେ ପଡିଯାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ ବଲାଙ୍ଗିର ଭୀମଭୋଇ ହସପିଟାଲକୁ ଏମ୍ବୁଲାନ୍ସ ସାହାଯ୍ୟରେ ଅଣାଯାଇଥିଲା । ଖବର ପାଇ ପରିବାର ତଥା ସଂର୍ପକୀୟ ଲୋକେ ହସପିଟାଲରେ ପହଞ୍ଚି ଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ଚାଉଲିଆ କଅଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଜଣେ ମଂଚ କଳାକାର, ସଂକୀର୍ତ୍ତନ କଳାକାର ଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଥିଲେ । ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ଆସୁଥିଲେ । କୋଶଲୀ ଫିଲ୍ମ ‘ଝରନ’ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ତାଙ୍କ ମର ଶରୀରକୁ ନିଜ ଜନ୍ମ ମାଟି ସଦାଇପାଲିକୁ ନିଆଯାଇଥିଲା । ତାଙ୍କର ସାନ ଭାଇ ଶ୍ରୀରାମ ଚାଉଲିଆ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ମା, ସ୍ତ୍ରୀ, ଭାଇ, ଦୁଇ ଝିଅ ମଧ୍ୟ ଉପସ୍ଥିତ ଥିଲେ । ସଦାଇପାଲି ଗ୍ରାମବାସୀ ତଥା ବଂଧୁ ପରିଜନ ଶତାଧିକ ସଂଖ୍ୟାରେ ତାଙ୍କ ଶବଦାହ ବେଳେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

four × 4 =