pakka

ବ୍ରାଉନସୁଗାର ସହ ଅଟୋ ଜବତ, ୧ ଗିରଫ

bbehera

ପୁରୀ : କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମା ହଲ୍‌ ଛକରେ ଚଢାଉ କରି ୧୫୦ ଗ୍ରାମ ବ୍ରାଉନସୁଗାର ସହ ଏକ ଅଟୋକୁ ଜବତ କରିଥିବା ସୂଚନା ମିଳିଛି । ଏଥିସହ କଟକ ଜିଲ୍ଲା ନିଆଳୀ ନଲଟାପରି ଗ୍ରାମର ମଲ୍ଲିକ ଅବଦୁଲ ଗଫାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଏସ୍‌ଆଇ ନାରାୟଣ ବେହେରା, ଏଏସ୍‌ଆଇ ଲୋକନାଥ ପାତ୍ର, କର୍ମଚାରୀ ସବିତା ସାହୁ, ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

eleven − 10 =