pakka

ନ୍ୟାୟ ନ ପାଇବାରୁ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

bbehera
  • ଯୁବକ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଛତ୍ରପୁର କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଅବା ପେଟ୍ରୋଲ ଢ଼ାଳି ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବକ ଜଣକ ହେଲେ ରମ୍ଭା ଥାନା ଅନ୍ତର୍ଗତ ହୁମା ସ୍ଥିତ ବୋରିଗାଁ ଅଞ୍ଚଳର ବାଦଲ ସାହୁ (୩୯) ବୋଲି କୁହାଯାଏ । ତାଙ୍କୁ ଗାଁରେ ବାଚ୍ଛନ୍ଦ କରାଯାଇଥିଲା । ଗାଁର ମୁଖିଆ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନା ତାଡ଼ନାରେ ସେ ଅସହ୍ୟ ହୋଇ ରମ୍ଭା ଥାନାରେ ଗୁହାରି କରିଥିଲେ । ପରିଶେଷରେ ସେ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ ତାଙ୍କ ପ୍ରତି ମୌଣସି ସଫଳ ବିଚାର ନ ହେବା କାରଣରୁ ସେ ନିଜେ ନିଜ ଦେହରେ ନିଆ ଲଗାଇ ଆତ୍ମାହୁତି ପାଇଁ ପଦକ୍ଷେପ ନେଇଥିବା ଜଣାଯାଏ । ଗୁରୁତର ପୋଡ଼ାଜ୍ବାଳା ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ଯାହାକି ଶରୀରର ଅଶୀ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଉକ୍ତ ଯୁବକଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସାଂଗକୁ ଲୋକଟିର ଆଶୁଚିକିତ୍ସା ଓ ତାଙ୍କ ପରିବାରକୁ ଉଚିତ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ତଥା ଜନ ସାଧାରଣରେ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.

two × four =