pakka

ହରିଶଙ୍କର ଐତିହାସିକ ବୈଶାଖ ମେଳା ଉପଲକ୍ଷେ ଭୁଲିଆ ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା । ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ତା୧୪ ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । ବୈଶାଖ ମେଳାକୁ ଆସୁଥିବା ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶ ହୋଇଥାଏ । ଶ୍ରଦ୍ଧାଳୁମାନେ ଖାଇବା ପିଇବାରେ ମେଳା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥାଏ ଦୃଷ୍ଟି ରଖି ପାଟଣାଗଡ଼ ଭୂଳିଆ (ମେହେର) ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା କେନ୍ଦ୍ର ଖୋଲାଯାଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେହେର ସମାଜର ବିଶିଷ୍ଟ ମହାପୁରୁଷ ଗଙ୍ଗାଧର ମେହେର ଓ ଅନ୍ୟ ଦେବଦେବୀଙ୍କୁ ପୂଜାର୍ଚ୍ଚନା ସହ ଅନ୍ନ ସେବା କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ଦାନ ଅପେକ୍ଷା ଅନ୍ନଦାନ ମହା ପୂର୍ଣ୍ଣ ଯେହେତୁ ଅନ୍ନଦାନରେ ଲୋଭ ନଥାଏ ଏବଂ ଅନ୍ନ ପ୍ରସାଦ ସେବନ କରିଥିବା ଶ୍ରଦ୍ଧାଳୁମାନଙ୍କୁ ତୃପ୍ତି ଆଣିବା ସହ ନିଜକୁ ଧନ୍ୟ ମନେ କରିଛି ଭୂଲିଆ ମେହେର ସମାଜ ବିକାଶ ପରିଷଦ ଏଥିରେ ଖପ୍ରାଖୋଲ ବ୍ଲକ ସ୍ଥିତ ହରିଶଙ୍କର ବୈଶାଖ ମେଳା ଉପଲକ୍ଷେ ଭୁଲିଆ (ମେହେର) ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ଅନ୍ନସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ଭୁଲିଆ ସମାଜ ବିକାଶ ପରିଷଦର ସମସ୍ତ ସଦସ୍ୟ ସହ ପରିଷଦର କାର୍ଯ୍ୟବାହି ସଭାପତି ଘନଶ୍ୟାମ ମେହେରଙ୍କ ସମେତ ସମାଜର ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ସମାଜ ଏପରି ମହତ୍ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

20 − six =