pakka

ଇନ୍‌କ୍ୱାରି ଅଫିସରଙ୍କ ଇନ୍‌କ୍ୱାରି ନାମରେ ପ୍ରହଶନ ଯୋଗୁଁ ଆଶାକର୍ମୀଙ୍କ କକ୍ଷ ତ୍ୟାଗ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ସି.ଏଚ୍‌.ସି ଘସିଏନ ଠାରେ ଗତକାଲି ନିଖିଳ ଓଡିଶା ଆଶା କର୍ମୀ ସଂଘ ପାଟଣାଗଡ ବ୍ଲକର ଅଭିଯୋଗ କ୍ରମେ ସିଡିଏମ୍‌ଓ ଅଫିସ ବଲାଙ୍ଗିରରୁ ଘଟଣାର ସତ୍ୟାସତ୍ୟ ପାଇଁ ଇନ୍‌କ୍ୱାରି ବୈଠକ ଡକା ହୋଇଥିଲା । ଏହି ବୈଠକରେ ଆଶା କର୍ମୀମାନେ ଇନ୍‌କ୍ୱାରି ଅଫିସରଙ୍କ ଇନ୍‌କ୍ୱାରି ନାମରେ ପ୍ରହସନ କରୁଥିବାରୁ ଆଲୋଚନା ବିଫଳ ହୋଇଥିଲା ଏବଂ ସମସ୍ତ ଆଶାକର୍ମୀ ବୃନ୍ଦ ଅଫିସରଙ୍କ ଇନ୍‌କ୍ୱାରି ଶୈଳୀରେ ଅତିଷ୍ଟ ହୋଇ କକ୍ଷ ତ୍ୟାଗ କରିଥିଲେ । ଆସନ୍ତା ତା.୧୭/୦୫/୨୦୨୨ ଦିନ ବଲାଙ୍ଗିରରେ ଜିଲ୍ଲା ସଂଘର ଜରୁରି ବୈଠକ ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.

2 × 2 =