pakka

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା : ପ୍ରେମିକାକୁ ଧୋକା ଦେଇ ଜେଲ୍ ଗଲେ ଯୁବକ

bbehera

ମ. ରାମପୁର, (ହେମନ୍ତ ସାହୁ) : ପ୍ରେମରେ ପ୍ରତାରଣା କରି ଶେଷକୁ ଜେଲ୍ ଯିବାକୁ ପଡ଼ିଛି ଯୁବକଙ୍କୁ । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ବାରବନ୍ଧା ଗ୍ରାମ ପଞ୍ଚାୟତର ଗୁନାଙ୍ଗବେଡ଼ା ଗ୍ରାମର ଯୁବକ ହେମନ୍ତ ଔରଫ୍ ଅଜିତ୍ କୁମାର ସାହୁ ନିକଟସ୍ଥ ବାଲବେଡା ଗ୍ରାମର ଜଣେ ଅନ୍ୟ ଜାତିର ଭିନ୍ନକ୍ଷମ ଝିଅକୁ ପ୍ରେମ କରୁଥିଲେ । ଦୁହେଁ କିଛି ଦିନ ଘରୁ ପଳାଇ ଅନ୍ୟତ୍ର ରହିବା ପରେ ଝିଅକୁ ଛାଡି ଦେଇଥିଲେ । ଯୁବତୀ ଜଣକ ହତାଶ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନମ୍ବର ୧୧୪/୨୨ରେ ଏକ ମାମଲା ରୁଜୁ କରି ପୁଲିସ୍ ଅଭିଯୁକ୍ତ ଯୁବକକୁ ଠାବ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ମାମଲା ନର୍ଲା ଡିଏସ୍‌ପି ରେଣୁକା ସୁନାଙ୍କ ତତ୍ୱବଧାନରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ୍ଆଇ ଜୟଦେବ ତାରିଣୀଙ୍କ ସହଯୋଗରେ ଚାଲିଥିଲା ।

Leave A Reply

Your email address will not be published.

one × five =