ଓଡ଼ିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି : ମନ୍ତ୍ରୀ ଶ୍ରୀ ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ସମେତ ପୂର୍ବ ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନାନାବିଧ ଉଦ୍ୟମ କରାଯାଉଛି । ରାଜ୍ୟସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ହେଉଛି । ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବୋଦୟ କାର୍ୟ୍ୟକ୍ରମ ମାଧ୍ୟମରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଂଗ ଏବଂ ଆନ୍ଧ୍ରପ୍ରଦେଶରେ ସମନ୍ୱିତ ଷ୍ଟିଲ ହବ୍‌ଗୁଡିକର ବିକାଶ କରାଯାଉଛି । ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ପୂର୍ବାଞ୍ଚଳର ଏହି ରାଜ୍ୟଗୁଡିକରେ ନୂଆ ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଉଥିବାବେଳେ ପୁରୁଣା ଇସ୍ପାତ କାରଖାନାଗୁଡିକର ବିକାଶ କରାଯାଉଛି । ସମନ୍ୱିତ ଇସ୍ପାତ କାରଖାନା ପାଖରେ ମଧ୍ୟ ଷ୍ଟିଲ କ୍ଲଷ୍ଟରମାନ ତିଆରି କରାଯାଉଛି । ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ ଏବଂ ଉତ୍ପାଦିତ ଇସ୍ପାତର ବିକ୍ରିବଟା ଏବଂ ପରିବହନ ପାଇଁ ସରକାର ଗୁରୁତ୍ୱ ଦେଇ କାର୍ୟ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.