pr

ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ ମୁଖ୍ୟ ଦ୍ୱାରର ତାଲା କାଟି ଭଗବାନଙ୍କ ବ୍ୟବହାରର୍ଯ୍ୟ ଜିନିଷ ଓ ମୂର୍ତ୍ତିମାନେ ଚୋରି କରି ନେଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ମନ୍ଦିର ପୂଜକ ପ୍ରୀତମ ମିଶ୍ର ଶୁକ୍ରବାର ଭଗବାନଙ୍କୁ ସନ୍ଧ୍ୟା ଆଳତି ଦେଇସାରିଲା ପରେ ସବୁଦିନ ପରି ମନ୍ଦିରକୁ ତାଲା ଦେଇ ଘରକୁ ଆସିଥିଲେ ପରେ ଶୁକ୍ରବାର ସକାଳୁ ପୂଜା କରିବା ପାଇଁ ମନ୍ଦିରକୁ ଆସି ମନ୍ଦିର ତାଲା କଟା ହୋଇ ତଳେ ପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଆସିଲା ପରେ ଜଗନ୍ନାଥଙ୍କ ଆସବାବପତ୍ର ତଥା ମନ୍ଦିରର ମୂର୍ତ୍ତିମାନେ ଚୋରି ହୋଇଥିବା ଦେଖି ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ପରେ ଖପ୍ରାଖୋଲ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ କରିବା ସହିତ ଅତିଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି କହିଥିଲେ ।

nrusinghnath
Leave A Reply

Your email address will not be published.