pakka

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ୯୯ଟି ବିଚାରାଧିନ ମାମଲା ମଧ୍ୟରୁ ୭୦ଟିର ଚୂଡାନ୍ତ ବିଚାର କରାଯାଇଥିଲା । ପ୍ରାଧିକରଣର ଅଧ୍ୟକ୍ଷଙ୍କ ସଂଯୋଜନାରେ ଆଯୋଜିତ କାର୍ଯ୍ୟକ୍ରମରେ କୋର୍ଟର ବରିଷ୍ଠ ଦେବାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଓ ଉପଖଣ୍ଡୀୟ ଦଣ୍ଡାଧିକାରୀ ତଥା ଦେବାନୀ ବିଚାରପତି ପ୍ରଜ୍ଞା ଲଲିତ ମିଶ୍ରା ବିଭିନ୍ନ ମାମଲା ଗୁଡିକର ଆପୋଷ ସମାଧାନରେ ସହଯୋଗ କରିଥିଲେ । ଓକିଲ ସଂଘର ସଭାପତି ଉମେଶ ସାହୁ, ଗୌତିଆ ସାହୁ, ଅଜିତ କୁମାର ସତପଥୀ, ସୁନିଲ ପାଣିଗ୍ରାହୀ, ଚିନ୍ମୟ ଦାଶ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ଆଇନଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − 1 =