csstore

ପଣ୍ଡରିଜୋରରେ ମିଶନ ଶକ୍ତି ଗୃହର ଶୁଭ ଉଦ୍‌ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିପରି ବିଧାୟକଙ୍କ ଗସ୍ତ ସମୟରେ ବ୍ଲକର ପଣ୍ଡରିଯୋର ମିଶନ ଶକ୍ତି ଗୃହର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେରଙ୍କ କରକମଳରେ ହୋଇଯାଇଛି । ଏହି ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୂର୍ଯ୍ୟୋଧନ କୁମ୍ଭାର, ବିଡିଓ ଭିକ୍ଟର ସୋରେନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପଣ୍ଡରିଯୋର ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ଫଳରେ ସ୍ବୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ଏବଂ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତିର ନାରୀ ସଶକ୍ତିକରଣ ଦିଗରେ ପଦକ୍ଷେପ ନେଇ ଅନେକ କାର୍ଯ୍ୟକ୍ରମ ହୋଇପାରିବ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ମତବ୍ୟକ୍ତ କରିଥିଲେ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମିଶନ ଶକ୍ତିର ଅଧିକାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.