csstore

ଖଟଖଟିଆରେ ମଧୁବାବୁ ଜୟନ୍ତୀ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ୱରେ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇ ଓଡ଼ିଆଜାତି ପ୍ରତି ମଧୁବାବୁଙ୍କ ଉତ୍ସର୍ଗୀକୃତ ଜୀବନ କପରି ଥିଲା ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ବାମନ ଚରଣ ମହାନ୍ତି ଯୋଗଦେଇ ମଧୁବାବୁଙ୍କ ଜୀବନୀ ଆମ ଜୀବନକୁ କିପରି ପ୍ରଭାବିତ କରି ପାରିଛି ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସମୀର କୁମାର ପ୍ରଧାନ, ବୈଶାଖୁ ବସ୍ତିଆ, ତ୍ରିଲୋଚନ ଡାଙ୍ଗ ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ର ନିବାସ ଭୋଇ, ଟୁନା ପ୍ରଧାନ, ରଞ୍ଜନ ସାହୁ, ଲିଲନ ବସ୍ତିଆ, ପ୍ରଦୀପ ସାହୁ ପ୍ରମୁଖ ଛାତ୍ର ମାନେ ଯୋଗ ମଧୁବାବୁ ସାଂଗେ ଲଢ଼ିବି, କାଳିଆ ଘୋଡାରେ ଚଢ଼ିବି ପ୍ରସଙ୍ଗକୁ ଉତ୍‌ଥାପନ କରିଥିଲେ । ଶେଷରେ ଛାତ୍ର ଲିଲନ ବସ୍ତିଆ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.