csstore

୨୦ ଦିନ ଧରି ଝୁଲନ୍ତା ଅବସ୍ଥାରେ ରହିଥିବା ଶବକୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୁରା ଗ୍ରାମ ପଞ୍ଚାୟତ ବାନ୍ଧେନ ଟିକିରାଠାରେ ଝୁଲନ୍ତା ଅବସ୍ଥାରେ ରହିଥିବା ଶବକୁ ଆଜି ଟାଉନ ପୋଲିସ, ବରଗଡ଼ର ଉପସ୍ଥିତିରେ ସଂକଳ୍ପ ପରିବାରର ସଦସ୍ୟମାନେ ଉଦ୍ଧାର କରିଥିଲେ । ପ୍ରକାଶ ଥାଉକି ଯେ, ମୃତ ଶବଟି ଗତ ୨୦ ଦିନରୁ ଅଧିକ ହେବ ଉକ୍ତ ସ୍ଥାନରେ ଝୁଲନ୍ତା ଅବସ୍ଥାରେ ରହିଥିଲା ସେ ସମୂର୍ଣ୍ଣ ଭାବରେ ସୁଖୀ କାଠ ପାଲଟି ଯାଇଥିଲା । ଆଜି ସକାଳ ୧୧ଟା ସମୟରେ ବରଗଡ଼ ଟାଉନ ପୋଲିସର ଉପସ୍ଥିତିରେ ସଂକଳ୍ପ ପରିବାରର ସଦସ୍ୟମାନେ ତାକୁ ଉଦ୍ଧାର କରି ସଂକଳ୍ପ ରଥ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ତାର କୌଣସି ପରିଚୟ ମିଳିନଥିବାରୁ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ୭୨ ଘଣ୍ଟା ମଧ୍ୟରେ ତାଙ୍କର କୌଣସି ପରିଚୟ ନମିଳିଲେ ସଂକଳ୍ପ ପରିବାର ତରଫରୁ ତାର ଶବ ସତ୍କାର କରାଯିବ ବୋଲି ସୂଚନା ରହିଛି ।

jayashree
Leave A Reply

Your email address will not be published.