oom

ଯାଦବ ଭବନରେ ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଆଜି ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟିର ଜିଲ୍ଲା କନ୍‌ଭେନ୍‌ର ଆଶିଷ ପାଣ୍ଡେ ଯୋଗ ଦେଇ କହିଥିଲେ ଯେ, ପୂର୍ବରୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଆମ ଆଦମୀ ପାର୍ଟି ଓଡିଶା ତରଫରୁ ପାର୍ଟିର କମକର୍ତ୍ତା ମାନଙ୍କୁ୍‌ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଥିବା ବେଳେ ଏହି ବୈଠକରେ ବିଜୁଳି ଆନ୍ଦୋଳନକୁ ପ୍ରାୟ ୨୫ ଲକ୍ଷ୍ୟ ଲୋକଙ୍କ ଘରେ ପହଂଚାଇବା ପାଇଁ ଆଲୋଚନା କରାଯାଇଥିଲା ଏବଂ ପ୍ରତ୍ୟେକ ପରିବାରଙ୍କୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି ଦିଆଯିବା ଦାବୀ ନେଇ ଘରକୁ ଘର ଯାଇ ଦୁଇ ମାସ ଧରି ଦସ୍ତଖତ ଅଭିଯାନ କରାଯିବ । ପରେ ଉକ୍ତ ସଂଗୃହୀତ ଦାବୀପତ୍ର ସହିତ ଭୁବନେଶ୍ୱରକୁ ଯାଇ ନବୀନ ନିବାସ ଘେରାଉ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବ ବୋଲି ଆମ ଆଦମୀ ପାର୍ଟିର ଜିଲ୍ଲା କନ୍‌ଭେନ୍‌ର ଶ୍ରୀ ପାଣ୍ଡେ କହିଥିଲେ । ଶ୍ରୀ ପାଣ୍ଡେ ଆହୁରି କହିଥିଲେ ଯେ, ଆପ ଶାସିତ ଦିଲ୍ଲୀ ରାଜ୍ୟ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଦିଲ୍ଲୀର ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‌ ବିଜୁଳି ମାଗଣାରେ ଦିଆଯାଉଛି । ତେବେ ଏହାକୁ ନେଇ ନବୀନ ନିବାସ ଘେରାଉ ସମୟରେ ଦିଲ୍ଲୀ ସରକାର ଏବଂ ଓଡିଶା ସରକାର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପାର୍ଥକ୍ୟ ଜଣାଇବୁ ବୋଲି ଆମ ଆଦମୀ ପାର୍ଟିର ଜିଲ୍ଲା କନ୍‌ଭେନ୍‌ର ଶ୍ରୀ ପାଣ୍ଡେ କହିଛନ୍ତି ।

jittmm
Leave A Reply

Your email address will not be published.