csstore

ଗତ ୨୪ ଘଂଟାରେ ୧୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୮୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୩, ବରଗଡରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ୧, କଟକରୁ ୧୨, ଢେଙ୍କାନାଳରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨, ଯାଜପୁରରୁ ୧୪, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୪, କେଉଁଝରରୁ ୨, ଖୋର୍ଦ୍ଧାରୁ ୮୮, ମୟୁରଭଞ୍ଜରୁ ୧୧, ନୟାଗଡରୁ ୧, ପୁରୀରୁ ୩, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୩ ଓ ଷ୍ଟେଟ ପୁଲ୍‌ରୁ ୨୦ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.