shyamal

ଆଗଲପୁର ବ୍ଲକ ବିଡିଓଙ୍କୁ ଜିଓଟେଗ ସଂଘର ଦାବୀପତ୍ର ପ୍ରଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଜିଓଟେଗ୍‌ ସଂଘ ବିଭିନ୍ନ ସମସ୍ୟାକୁ ନେଇ ବିଡିଓ ଶଶାଙ୍କ କେରକେଟାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଓଟେଗ ସଂଘ ପ୍ରକାଶ କରିଛନ୍ତି ଯେ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନମ୍ବର ୧୧୯୨୭/୫-୭-୨୦୧୭ ଅନୁଯାୟୀ ନିୟୋଜିତ ଅଛନ୍ତି । ବିଗତ ୫ ବର୍ଷଧରି ଗ୍ରାମୀଣ, ବାସ ଗୃହ ଯୋଜନା ଅନ୍ତର୍ଗତ ପିଏମ୍‌ଏୱାଇ(ଜି), ବିପିଜିୱାଇ, ଆଇଏୱାଇ, ଏନ୍‌ଏସ୍‌ପିଜିୱାଇ ଯୋଜନାରେ କାର୍ଯ୍ୟ କରୁଛନ୍ତି । ହିତାଧିକାରୀଙ୍କଠାରୁ କାଗଜପତ୍ର ସଂଗ୍ରହ ସହ ସେମାନଙ୍କ ଅନ୍‌ଲାଇନ ରେଜିଷ୍ଟ୍ରେସନ କରିବା, ବାସଗୃହ ସଂପୂର୍ଣ୍ଣ କରିବାରେ ହିତାଧିକାରୀଙ୍କୁସହଯୋଗ କରିବା । ଆମଘର ଆପରେ ସଂପୂର୍ଣ୍ଣ, ଅସଂପୂର୍ଣ୍ଣ ଘର ମାନଙ୍କର ଜିଓଟେଗିଂଗ୍‌ କରିବା ତଥା ପଂଚାୟତର ସମସ୍ତ ପ୍ରକାର ଅନଲାଇନ ଡାଟାଏଣ୍ଟ୍ରି କାମକରି ପିଇଓଙ୍କୁ ସହାୟତା କରିବା । ଏତତ୍‌ ବ୍ୟତୀତ କୋଭିଡ-୧୯ ମହାମାରୀ ସମୟରେ ଟିଏମସିମାନଙ୍କରେ ନିୟୋଜିତ ରହି ସମସ୍ତ ପ୍ରକାର କାର୍ଯ୍ୟ କରିବା ସହିତ ଘରଘର ବୁଲି ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା, ରାସନ ବଣ୍ଟନ କରିବାରେ ସଂପୂର୍ଣ୍ଣ ସହଯୋଗ କରିବା ଇତ୍ୟାଦି । ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମ କରଚୁଝନ୍ତି ହେଲେ, ଦୁଃଖର ବିଷୟ ଏତେ ସବୁ କାମକରି ମଧ୍ୟ ସରକାର ଜିଓଟେଗଙ୍କ ପ୍ରତି ଉଦାସୀନ ମନୋଭାବ କାହିଁକି ବୋଲି ସେମାନେ କହିଛନ୍ତି । ପୁଣି ଆବାସ ଆପ ଜରିଆରେ ଜିଓଟେଗଙ୍କ ମାତ୍ର ୫୦ ଟଂକା ଦିଆଯାଉଛି । ଏଣୁ ସଂଘ ଜିଓଟେଗମାନଙ୍କୁ ମାସିକ ଆକାରରେ କିଛି ମାନଦେୟ ପ୍ରଦାନ କରିବା ସହ କାର୍ଯ୍ୟ ଚିଠା ପ୍ରଦାନ କରାଯାଉ ବୋଲି ମୁଖ୍ୟ ଦାବୀ ରଖିଛନ୍ତି । ପଂଚାୟତ ସ୍ତରରେ ଜିଓଟେଗଙ୍କୁ ଡାଟାଏଣ୍ଟ୍ରି ପଦ ସହ ଆକାଉଣ୍ଟାଣ୍ଟ ଭାବେ, ନିଯୁକ୍ତି, ମାସିକ ମୋବିଲିଟି ସପୋର୍ଟ ସହ ଟେଗ୍‌ ଅଫିସର ବୋନସ୍‌ ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଆଶିଷ ବିଶିଷ୍ଟ, ସଂପାଦକ ଭରତ କୁମାର ସାହୁ, କୋଷାଧ୍ୟକ୍ଷ ଅଶ୍ୱିନୀ ବିଶ୍ୱାଲ ସହ ବ୍ଲକର ସମସ୍ତ ଜିଓଟେଗ୍‌ ସଭ୍ୟ ଉପସ୍ଥିତ ରହି ଆଗଲପୁର ଡୁଡୁକା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦାବୀପତ୍ର ପ୍ରଦାନ କରିଛନ୍ତି ।

purusottam
Leave A Reply

Your email address will not be published.