ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନକୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ଝିଙ୍କିଡୁଙ୍ଗୁରି ଗ୍ରାମ ପଞ୍ଚାୟତ ଦୁକଲ ଘାଟ ଗାଁରେ ଥିବା ଭାଲୁ ଖୋଲ ରିଜର୍ଭ ଜଙ୍ଗଲରେ ଏକ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି ଯାହାର ଅଟକଳ ପରିମାଣ ୬ ଲକ୍ଷ ୯୫ ହଜାର ଟଙ୍କା ରହିଛି । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାମ ହୋଇଥିବା ଜଣାପଡିଛି । ଏଭଳି ଜଙ୍ଗଲ ଭିତରେ ବ୍ଳକ ପ୍ରଶାସନର ଅମଙ୍ଗଳ କାମ ଦେଖି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଭଳି ଭାବରେ ଏହି ପଞ୍ଚାୟତରେ ଅନେକ ଦୁର୍ନୀତି ହେଉଥିବା ବେଳେ ବ୍ଳକ ପ୍ରଶାସନ ଜାଣିକି ମଧ୍ୟ ଘଟଣାକୁ ଚପାଇ ଦେବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ରହିଛି ବୋଲି ଦାବୀ ହେଉଛି ।