csstore

ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର (ସାହୁ ଭବନ) ଧର୍ମଶାଳରେ ଠାରେ ଜିଲ୍ଲା ତୈଳିକ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ସମାଜର ଅଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ କଳାହାଣ୍ଡିର ଜିଲ୍ଲା ପରିଷଦ ଚେୟାରମେନ ନମିତାରାଣୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ରାୟପୁର, ଛତିଶଗଡରୁ ଆସିଥିବା ବିଶିଷ୍ଟ ବ୍ୟବସାୟୀ ଯୋଗେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଜିଲ୍ଲା ସଂଗଠାନିକ ସଂପାଦକ ବିକାଶ ରଂଜନ ସାହୁ ସ୍ୱାଗତ ଅଭିଭାଷଣ ଓ ସଭାପରିଚାଳନା କରିଥିଲେ । ଜିଲ୍ଲା ସଂପାଦକ ପ୍ରଦୀପ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ସମାଜରେ ଯୁବବର୍ଗଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଜଣାଇଥିଲେ । କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ ବାର୍ଷିକ ଆୟ ବ୍ୟୟ ବିବରଣି ପ୍ରଦାନ କରିଥିଲେ । ନଗର କମିଟିର ସଭାପତି ରେବତୀକାନ୍ତ ସାହୁ ପାଣ୍ଠି ବୃଦ୍ଧି ପାଇଁ ନୂତନ ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ତଥା ନଗରର ସଭାପତି, ସଂପାଦକ ଏବଂ ବ୍ଲକ ପ୍ରତିନିଧି ନିଜସ୍ୱ ମତ ପରିପୋଷଣ କରିଥିଲେ । ନୂତନ ଭାବେ ଗଠିତ ହୋଇଥିବା ମହିଳା କମିଟିର ସଭ୍ୟା ମହେଶ୍ୱତା ସାହୁ ଏବଂ ସ୍ୱିଟୀ ସାହୁ ତାଙ୍କର ମତବ୍ୟକ୍ତ କରିଥିଲେ । ସକ୍ରିୟ ସଭ୍ୟ ଅନୁପ ସାହୁ, ତେଲି ମେଟ୍ରୋମୋନି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ଉପଦେଷ୍ଟା ପର୍ଶୁରାମ ସାହୁ, ହିମାଂଶୁ ସାହୁ ଏବଂ ଯୋଗେଶ୍ୱର ସାହୁ ଯୋଗଦେଇ ସମାଜର ବିଭିନ୍ନ କାର୍ଯ୍ୟକ୍ରମର ଭୂୟସି ପ୍ରଶଂସା କରିଥିଲେ । ସଭା ଶେଷରେ ନଗର କମିଟି ସକ୍ରିୟ ସଭ୍ୟ ଗୋବିନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶରତ ଚନ୍ଦ୍ର ସାହୁ, ଅରୁଣ ସାହୁ, କୃଷ୍ଣ ବିହାରୀ ସାହୁ, ପ୍ରମୋଦ ସାହୁ, ଦୁର୍ଗା ସାହୁ, ଆନନ୍ଦ ସାହୁ, ସୁଦାମ ସାହୁ, ପ୍ରଶାନ୍ତ ସାହୁ, ଆଶୁତୋଷ ସାହୁ, ସୁମିତ ସାହୁ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.