jsm

ସାଲେପାଲି ବାର୍ଦ୍ଧକ୍ୟ ଆବାସରେ ମହିଳା ସମିତି ଓ ଇନ୍‌ହ୍ୱିଲ ତରଫରୁ ସାହାଯ୍ୟ ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମ୍ୟ ମଙ୍ଗଳ ପାଠାଗାର ସାଲେପାଲି ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସ ଠାରେ ମାରୱାଡି ମହିଳା ସମିତି ତଥା ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିରର ଇନହ୍ୱିଲ ଶାଖା କର୍ମକର୍ତ୍ତା ଏବଂ ସଦସ୍ୟମାନେ ୧୫ଜଣ ମହିଳା ଏବଂ ୧୦ଜଣ ପୁରୁଷ ଅନ୍ତେବାସୀଙ୍କୁ ତାଙ୍କ ଦୈନନ୍ଦିନ ଆବଶ୍ୟକ ଥିବା ସମଗ୍ରୀ ବଣ୍ଟନ କରାଯାଇଛି । ସାମଗ୍ରୀ ମଧ୍ୟରେ ଛତା, ବେଡସିଟ, ଚାଉଳ, ଡାଲି, ଚୁଡା, ଚିନି, ଅଟା, ବିସ୍କୁଟ, ବ୍ରେଡ, ସେନିଟାଇଜର ଇତ୍ୟାଦି ବଣ୍ଟନ କରାଯାଇଛି । ଜିଲ୍ଲା ରେଡକ୍ରସ ସୋସାଇଟିର ପୃଷ୍ଠ ପୋଷକ ବିଷ୍ଣୁ ପ୍ରସାଦ କେଡିଆ, ଇନରହ୍ୱିଲ କ୍ଲବର ଅଧ୍ୟକ୍ଷା ସୁନିତା ବନସଲ, ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ନିରୁଦେବୀ ଅଗ୍ରୱାଲ, କମଳା ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ରଜନି ଅଗ୍ରୱାଲ, ଦୁର୍ଗୀ ଅଗ୍ରୱାଲ, ସବିତା ଅଗ୍ରୱାଲ, ରେଖା ଅଗ୍ରୱାଲ, ସଂଗିତା ମାହେଶ୍ୱରୀ, ସବିତା ଜୈନ ଇତ୍ୟାଦି ସଦସ୍ୟା ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଆବାସର ମ୍ୟାନେଜର ଶିବ ପ୍ରସାଦ ସାହୁ ତଥା ସେବା କର୍ମୀ ରମାକାନ୍ତ ସାହୁ, ଚତୁର୍ଭୁଜ ଭୋଇ ଓ ସଂଜୁ ବିଶ୍ୱାଲ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.