ଗର୍ଭବତୀ ମହିଳାଙ୍କ ଟୀକାକରଣ ଆଜିଠୁ ରାଜ୍ୟରେ ଆରମ୍ଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗର୍ଭବତୀ ମହିଳାଙ୍କ ଟୀକାକରଣ ଆଜିଠୁ ରାଜ୍ୟରେ ଆରମ୍ଭ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କ ପାଇଁ କୋୱିନ୍ ପୋର୍ଟାଲରେ ଏକ ବିଶେଷ ବୈଶିଷ୍ଟ୍ୟ ଯୋଗ କରାଯାଇଛି। ସେମାନେ ନିକଟସ୍ଥ କେନ୍ଦ୍ରଗୁଡ଼ିକରେ ଟିକାକରଣ ପାଇଁ ୱେବସାଇଟରେ ସ୍ଲଟ୍ ବୁକ୍ କରିପାରିବେ । ତେବେ ଗର୍ଭାବସ୍ଥାରେ କୋଭିଡ୍‌ ସଂକ୍ରମଣର ବିପଦ ଏବଂ ଟୀକାକରଣର ଉପକାରିତା ସଂକ୍ରାନ୍ତରେ ସମସ୍ତ ସୂଚନା ପ୍ରଦାନ କରାଯିବ।

Leave A Reply

Your email address will not be published.