jsm

କବିତା : ଧର୍‌ସା -୪

csstore

ଚତୁର୍ଭୁଜ ସାଆନ୍ତ
ବହୁଗୁଡ଼ୁ ଖେଲି ଖେଲି ଅଲାଜିଆଁ ଧର୍‌ସା
ନଡ଼ା ଖପର୍‌ ଛୁଆଁ ଘର ମାନ୍‌କର୍‌ ମଝି
ଶୁଇପଡ଼ିଛେ ହର୍‌ଦଙ୍ଗା ହେଇ
ଝି’ର୍‌ ପତର୍‌ ନିଥିଲା ଗଛର୍‌ ଫଟୁ ଏନ୍‌ତା
ଡାହି ପଖ୍‌ରା ପରା କେ ପରା ।

ଗାଁ ମୁଡ଼୍‌ସା ଢଡେ଼ା ବର୍‌ଗଛ୍‌ ପୁର୍‌ନା ଯୁଗୀ
ଯେ ଯାହା କର କେହେନ୍‌ସି ଥି ନୁହେଁ ଭାଗି
ଧର୍‌ସା ଦୁଇ ଫାଲେ ଡୁଙ୍ଗୁଛେ ଡଙ୍ଗର
ଗାଁ ମଝାଖୁଲି ଚୁଆଁ ଭିତ୍‌ରେ ହଲୁଛେ ମୁହୁଁ
ରାଆଁଡ଼ି ଜନ୍‌ର ।

ନୂଆଁ ଧାଙ୍ଗରୀ କଅଁଲି ପାହା
କେତେ ଲାଡ଼ଗେଲ ବାଙ୍ଗରୀ ଖେଲ୍‌
ରାହା କେ ରାହା ପହିଲ ପହରିଆ
ମୁଷ୍‌ମୁଷି ଝାଲ ପୁଛି ଦେସି ବାଈ
ହୁଲ୍‌କେ ଧୁକା ଟାମଡ଼ି ଦେଲେ
ଦେଖ୍‌ ତ’ ନନିର୍‌ ଅଚିନ୍‌ହାଁ ଲାଏଜ୍‌
ମୁଲ୍‌କି ହଁସି
କଲେ କଲେ ଧର୍‌ସା ଦେଖି ପାଏସି ।

କଁଥ୍‌ଲି ଉପ୍‌ରେ ଝୁମ୍‌ରା କେତେ ଗେଲ୍‌ହେଇ
କଅଁଲି ଝୁମରାକେ ଭୁର୍‌ତେଇ ସୁର୍‌ତେଇ
ଲୁକି କଲେ କଲେ ଆଏଲେ ହେ ରାତି
କାଏଁଟା ନୁର୍‌ଲ’ କାଏଁଟା ପାଏଲ’
ଭୂଇଁ ହଲ୍‌ଚଲ୍‌ ଆକାଶ ଟଲ୍‌ମଲ୍‌
ଆଇଛ ତ’ ଆସିଛ, ଆସ ସଲ୍‌ ସଲ୍‌
ଖାପି ଦିଅ ଟାଏଟ୍‌ କାଏଁ କଲ୍‌କଲ୍‌
ଖୁଲି ଗଲେ ଧର୍‌ସା ଗହଲ୍‌ ଚହଲ୍‌ ।

ଗୁଟେ ପାହା ଥି ସମୁନ୍ଦର୍‌ ଡେଗ୍‌ଲେ
ସପ୍‌ନେ ଭର୍‌ମେ ରାଏତ୍‌ ସର୍‌ତା
କେତେ କଲ୍‌ବଳ୍‌
ଜନମ ଜନମ ଲେତା ଗୁତା
ମୁଲ୍‌ସୁ ଚିନ୍‌ହାଁର୍‌ ଜନାର୍‌
ପଚ୍‌ରଉଛ ଫେର୍‌ କେନ୍‌ତା ଚିନ୍‌ଲ’
ଧର୍‌ସା ଆର୍‌ ପାହାର୍‌ ମୁନ୍ଦଲ୍‌ । ।

ବ୍ଲକ୍‌ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ଟିଟିଲାଗଡ଼
ମୋବାଇଲ୍‌ ନଂ.- ୮୨୪୯୦୮୪୯୨୫

yuvodaya
Leave A Reply

Your email address will not be published.