
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଆର୍ନ୍ତଜାତୀୟ ଯୋଗ ଦିବସ, ୨୦୧୫ ମସିହା ୨୧ ଜୁନ୍ରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ଜାତି ସଂଘ ଯୋଗକୁ ଆର୍ନ୍ତଜାତୀୟ ମାନ୍ୟତା ପ୍ରଦାନ କରିଛି । ସାରା ବିଶ୍ୱ ଯୋଗର ମହତ୍ୱ ବୁଝି ପାରିଲା ଏବଂ ଆଜିର ଏହି ଦିନକୁ ଆର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯୋଗର ଉପାଦେୟତା ବଢି ଚାଲିଛି । ଏଣୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ସ୍ତରରେ ଯୋଗ, ପ୍ରାଣାୟାମ ଓ ବାୟାମକୁ ଲୋକ ପ୍ରିୟତା କରାଇବା, ସାଧାରଣ ଲୋକଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଆଜି ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ପାଇକମାଲ ଠାରେ ବିଜେପି ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ୟ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ସତ୍ୟ ନାରାୟଣ ବେହେରା, ଇନ୍ଦ୍ରଜିତ ଭୋଇ, ବରିଷ୍ଠ ସମାଜ ସେବୀ କ୍ଷେତ୍ର ଲୁହାର ପ୍ରମୁଖ ଉପସ୍ଥିତ ରହିଥିଲେ । ପାଇକମାଲ ସରକାରୀ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଯୋଗ ଶିବିର ସ୍ଥାନୀୟ ଯୋଗଗୁରୁ ଦେବେନ୍ଦ୍ର ସାହୁ, ତ୍ରିଲୋଚନ ଭୋଇଙ୍କ ମାର୍ଗ ଦର୍ଶନରେ, ପତଞଳୀ ଯୋଗ ସମିତିର କାର୍ୟ୍ୟକର୍ତ୍ତା, ବ୍ୟବସାୟୀ ସଂଘର କାର୍ୟ୍ୟକର୍ତ୍ତା ସମେତ ସରକାରୀ ଚିକିତ୍ସାଳୟର ଫାର୍ମସିଷ୍ଟ ଚିତରଞ୍ଜନ ଦାଶ, ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଆର୍ନ୍ତଜାତୀୟ ଯୋଗ ଦିବସ ଶିବିରକୁ ମୁଖ୍ୟ ବ୍ୟବସ୍ଥାପକ ଭାବେ ସୁମିତ ଅଗ୍ରୱାଲ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟକୁ ବ୍ୟବସ୍ଥିତ ରୂପେ ସଂଗଠିତ କରାଇଥିଲେ ।