jayashree

ସ୍ଵାମୀଙ୍କ ଚାକିରି ପାଇବାକୁ ରାଜ୍ୟ ଆୟୁଷ ବିଭାଗ ଓ ଆୟୁର୍ବେଦ ନିରୀକ୍ଷକଙ୍କୁ ବିଧବା ଗୈମିନୀ ଖମାରୀଙ୍କ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଡଙ୍ଗୁରିପାଲି ଗ୍ରାମର ସ୍ବର୍ଗତ ଗଣେଶ ଖମାରୀଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଧବା ଗୈମିନୀ ଖମାରୀ ନିଜ ସ୍ବାମୀଙ୍କ ଚାକିରି ନିଯୁକ୍ତି ପାଇବାକୁ ରାଜ୍ୟ ଆୟୁଷ ବିଭାଗ ଭୁବନେଶ୍ବର ଓ ଆୟୁର୍ବେଦ ନିରୀକ୍ଷକ ସମ୍ବଲପୁର ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବିଧବା ଗୈମିନୀ ଖମାରୀଙ୍କ ସ୍ଵାମୀ ସ୍ଵର୍ଗତ ଗଣେଶ ଖମାରୀ ଡୁଙ୍ଗୁରିପାଲି ଗ୍ରାମରେ ଥିବା ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ୨୦୦୨ ମସିହାରୁ ସାମୟିକ ଝାଡ଼ୁଦାର ଭାବେ କାର୍ୟ୍ୟ କରୁଥିଲେ ଓ ଦୈନିକ ପାରିଶ୍ରମିକ ପାଉଥିବା ବେଳେ । ଗଣେଶ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ପ୍ରାୟ ୧୯ ଦିନ ଧରି ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ମେ’ ୧୮ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା । ଗଣେଶଙ୍‌ଙ୍କ ଦେହାନ୍ତ ପରେ ବିଧବା ଗୈମିନୀ ଅସହାୟ ହୋଇପଡ଼ିଛନ୍‌ନ୍ତି । ଗଣେଶ ଜଣେ ପରିବାରର ରୋଜଗାର କ୍ଷମ ଥିବାରୁ ବିଧବା ଗୈମିନୀ ପରିବାର ଚଳାଇବାରେ ଆର୍ଥିକ ସଂକଟ ଯୋଗୁଁ ଚିନ୍ତିତ ହୋଇପଡ଼ିଛନ୍ତି । ତାଙ୍କର ଆଠ ବର୍ଷ ଓ ତିନି ବର୍ଷର ୨ଟି ପୁଅ ଅଛନ୍ତି । ଗଣେଶ ଦୈନିକ ପାରିଶ୍ରମିକ ପାଉଥିବା ହେତୁ ପରିବାର ଚଳାଇବା ବେଳେ ତାଙ୍କର ଦେହାନ୍ତ ପରେ ପରିବାର ଚଳାଇବାର ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗୈମିନୀ । ତାଙ୍କର ସ୍ଵାମୀଙ୍କ ଚାକିରି ପାଇବାକୁ ରାଜ୍ୟ ଆୟୁଷ ବିଭାଗ ଓ ଆୟୁର୍ବେଦ ନିରୀକ୍ଷକ ସମ୍ବଲପୁରଙ୍କ ଉଦେଶ୍ୟରେ ଜିଲ୍ଲା ଚିକିତ୍ସାଧିକାରୀ ମାଧ୍ୟମରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ବିଧବା ଗୈମିନୀ ଖମାରୀ ତାଙ୍କ ସ୍ବାମୀଙ୍କ ଚାକିରିରେ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.