ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅବସର ପ୍ରାପ୍ତ ଫରେଷ୍ଟର ଗୁଣନିଧି ଦାଶଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳେକୁ ୭୨ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରରେ ରହି ଚିକିତ୍ସତ ହେଉଥିଲେ । ତାଙ୍କର ମୃତ୍ୟୁ ସମୟରେ ପତ୍ନୀ, ଦୁଇ ପୁଅ, ବୋହୁ, ଦୁଇଟି ଝିଅ ଜ୍ବାଇଁ ଓ ନାତି ନାତୁଣୀ, ପରିବାର ବର୍ଗ ଉପସ୍ଥିତ ଥିଲେ । ପାଇକମାଲ, ମିଠାପାଲ, ଦିପ୍ତପୁର, ଜଗଦଲପୁର ଆଦି କେନ୍ଦୁପତ୍ର ରେଞ୍ଜରେ ଫରେଷ୍ଟର ଭାବେ କାର୍ୟ୍ୟନିର୍ବାହ କରି ସେ ବେଶ ପରିଚିତ ଥିଲେ । ସ୍ବର୍ଗତ ଶ୍ରୀ ଦାଶଙ୍କ ପରଲୋକରେ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି । ତାଙ୍କ ବଡପୁଅ ସୁଜିତ ଦାଶ(ବାବୁଲୁ) ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.