ତେହେରାନ : ଇରାନର ନୌସେନାରେ ଏକ ବଡ଼ ଧରଣର ବିପର୍ୟ୍ୟୟ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ଇରାନ ନୌସେନାର ସବୁଠାରୁ ବଡ ଜାହାଜ ଓମାନ ଗଲ୍ଫରେ ନିଆଁ ଲାଗି ବୁଧବାର ଦିନ ବୁଡ଼ିଯାଇଛି । ନ୍ୟୁଜ୍ ଏଜେନ୍ସି ‘ଦି ଫାର୍ସ’ ଏବଂ ‘ଟସ୍ନିମ୍’ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଖାର୍ଗ ଜାହାଜକୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ ବିଫଳ ହୋଇଥିଲା ଏବଂ ଶେଷରେ ଏହା ସମୁଦ୍ରରେ ବୁଡ଼ି ଯାଇଥିଲା । ଏହି ଜାହାଜର ନାମ ଖାର୍ଗ ଦ୍ୱୀପ(ଇରାନର ମୁଖ୍ୟ ତୈଳ ଟର୍ମିନାଲ) ଆଧାରରେ ରଖାଯାଇଥିଲା । ଫାର୍ସ କହିଛି ଯେ, ରାତି ପ୍ରାୟ ୨.୨୫ ରେ ନିଆଁ ଲାଗିଥିଲା ଏବଂ ଅଗ୍ନିଶମ କର୍ମଚାରୀ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ।