oom

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

jsmm

କଟକ, (ଚକ୍ରବର୍ତ୍ତୀ ହୋତା)କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ, ସଟଡାଉନ, ସାମୁଦ୍ରିକ ବାତ୍ୟା ୟାସ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ, ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ, ଭିନ୍ନକ୍ଷମ ଲୋକ, ରାସ୍ତା କଡରେ ଥିବା ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଜ୍ୟୋତିପ୍ରକାଶ ପଣ୍ଡା, ଅନନ୍ତ ନାଥ, ସତ୍ୟବ୍ରତ ରାଉତ, ଶଙ୍କର୍ଷଣ ଦାସ, ମନୋଜ ଭୋଇ, ସ୍ବରୂପ ସୁମନ ଦାସ, ବିମଳ କୁମାର ପଣ୍ଡା, ଲଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀମାନେ ବାତ୍ୟା, ବର୍ଷାକୁ ଖାତିର ନକରି ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ । ଏହି ସେଵାକାର୍ୟ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତାମାନଙ୍କୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.