jayashree

ଜନମଙ୍ଗଳ କାର୍ଯ୍ୟ ପାଇଁ ପ୍ରଶଂସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଣ୍ତରୀପାଣି ଗ୍ରାମ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ । ଏହି ଗ୍ରାମରେ କେବଳ ଗୋଟିଏ ପୋଖରୀ ଅଛି । ଖରା ଦିନରେ ଏହି ପୋଖରୀରେ ପାଣି ଶୁଖିଯାଏ । ଲୋକମାନଙ୍କର ଗାଧୋଇବା ପାଇଁ ବହୁତ ଅସୁବିଧା ହୁଏ । ଏହି ପରିପ୍ରେକ୍ଷୀରେ ଗାଁର ଆନନ୍ଦ କୁମ୍ଭାରଙ୍କର ଗଭୀର ନଳକୂପ ପାଣି କାଢି ଉପେନ୍ଦ୍ର ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶୁଖିଲା ପୋଖରୀରେ ପୂର୍ଣ୍ଣମାତ୍ରାରେ ପାଣି ଭର୍ତ୍ତି କରାଯାଇଛି । ଫଳରେ ଗାଁରେ ସମସ୍ତେ ଏହି ପୋଖରୀରେ ଗାଧୋଇବା ପାଇଁ ଅସୁବିଧା ଦୂର ହୋଇଅଛି । ଏହି ମଙ୍ଗଳ କାର୍ଯ୍ୟ କରିଥିବାରୁ ଆନନ୍ଦ କୁମ୍ଭାର ଓ ଉପେନ୍ଦ୍ର ବରିହାଙ୍କୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏହି କାର୍ଯ୍ୟରେ ଗ୍ରାମର ୱାର୍ଡମେମ୍ବର ଲବୁ ସୁନା, ସୁରେନ୍ଦ୍ର ବରିହା, ଜନ୍ମ ଭୁଏ, ଯଯାତି କେଶରୀ ଭୋଇ, ପରମେଶ୍ୱର ତମଳିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.