csstore

କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଳ୍ପ ସମାଧାନ କେନ୍ଦ୍ର, ବଲାଙ୍ଗିରର ସଭାଗୃହ ଠାରେ ଅନ୍‌ଲାଇନ୍‌ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସିଭିଲ୍‌ ଜଜ୍‌ (କନିଷ୍ଠ ବିଭାଗ) ଶ୍ରୀମତୀ ସସ୍ମିତା ସେଠୀ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ମାର୍ଗ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ପରେ ଡିଏସ୍‌ପି. ଅମ୍ରିତ କୁମାର ପଣ୍ଡା ମଧ୍ୟ କଠିନ ବର୍ଜ୍ୟବସ୍ତୁର ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବ ଏବଂ ଏହାର ନିରାକରଣ ସଂବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ପ୍ରାଧିକରଣ ଦ୍ୱାରା ପରିଚାଳିତ ବିଭିନ୍ନ ଆଇନ ସହାୟତା ଯୋଜନା ଯେପରିକି ଏନ୍‌ସିଏ, ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ, ଲୋକ ଅଦାଲତ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହାସହିତ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ଠାରୁ ଦୂରରେ ରହିବା ପାଇଁ ବିଭିନ୍ନ ସତର୍କତା ପନ୍ଥା ଅବଲମ୍ବନ କରିବା ପାଇଁ ପ୍ରବର୍ତ୍ତାଇବା ସହ କରୋନା ସମୟରେ ବ୍ୟବହୃତ ବିଭିନ୍ନ କଠିନ ବର୍ଜ୍ୟବସ୍ତୁର ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

jayashree
Leave A Reply

Your email address will not be published.