ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଆଦର୍ଶ ପଡା ସ୍ଥିତ “ନାରୀ ଶକ୍ତି ସଂଗଠନ” କାର୍ଯ୍ୟାଳୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ଏଥିରେ “ନାରୀ ଶକ୍ତି ସଂଗଠନ”ର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଅନୁଷ୍ଠାନ ବିଷୟରେ କିଛି ଉପଯୋଗୀ ନିଷ୍ପତି ସମସ୍ତଙ୍କ ସହମତିରେ ନିଆଯାଇଥିଲା । ସଂଗଠନର ସଭାପତି ସରିତା ଦାସ, ଉପସଭାପତି ସନ୍ତୋଷିନୀ ବେହେରା, ସମ୍ପାଦିକା ନୂତନ ଦାସ, ସଂଯୁକ୍ତ ସମ୍ପାଦିକା ପ୍ରିୟଙ୍କା ତ୍ରିପାଠୀ, କୋଷାଧକ୍ଷ ନୂତନ ସେନ୍ଦ୍ରିଆ ଏବଂ ମାର୍ଗଦର୍ଶିକା ଭାବେ ସଂଧ୍ୟା ରାଣୀ ପଣ୍ଡା ଓ ଶ୍ରୀମତୀ ସରସ୍ୱତୀ ନନ୍ଦ ସଂଗଠନର କାର୍ଯ୍ୟ ତୁଲାଇବେ । ସଂଗଠନର ମୂଳ ନୀତି ରହିବ ନାରୀ ସଶକ୍ତିକରଣ । ମହିଳା ଓ ଶିଶୁ ମାନଙ୍କର ବିକାଶ, ନାରୀ ଟିଏ କିପରି ସ୍ୱତନ୍ତ୍ର ଓ ସ୍ୱାବଲମ୍ବୀ ହେବ ତାହା ସଂଗଠନର ଲକ୍ଷ୍ୟ । ନାରୀମାନଙ୍କୁ ପୀଡା ମୁକ୍ତ କରିବା, ନାରୀ ସମ୍ମାନ ଓ ସାହସ ଯୋଗାଇବା ମଧ୍ୟ ଏହି ସଂଗଠନର ଲକ୍ଷ୍ୟ ହେବ ବୋଲି କୁହାଯାଇଛି ।
Next Post