ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଝାରୀଙ୍କ ଅନୁମୋଦନ କ୍ରମେ ଆଜି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଚିନ୍ମୟୀ ସାଂସଦ ପ୍ରତିନିଧି ଭାବରେ ମନୋନୀତ ହୋଇଥିବାରୁ ସାଂସଦ ସୁରେଶ ପୂଝାରୀ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କୁ କୃତଜ୍ଞତା ଜ୍ଞାପନ କରି ତାଙ୍କ ଆର୍ଶିବାଦ କାମନା କରିଛନ୍ତି । ଶ୍ରୀ ପଣ୍ଡା ସାଂସଦ ପ୍ରତିନିଧି ଭାବରେ ମନୋନୀତ ହୋଇଥିବାରୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେପି କର୍ମୀ ତଥା ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.