oom

ଗୁଣି ଗାରେଡ଼ି ସନ୍ଦେହକୁ ନେଇ ମାରପିଟ୍

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଅନ୍ତର୍ଗତ ସାନ ବାଞ୍ଜିପାଲିରେ ଅନ୍ଧବିଶ୍ୱାସକୁ ନେଇ ତୁମୁଳକାଣ୍ଡ । ଘଟଣାଟି ଥିଲା ଏହିପରି ଉକ୍ତ ଗ୍ରାମର ଦୁଇ ଜଣ ଝିଅ ଗୋଟିଏ ବାହାଘରରେ ଯୋଗ ଦେଇଥିଲେ । ସେଠିି ତାଙ୍କ ଦେହ ଖରାପ ହେବାରୁ ଘରକୁ ଆସି ପାଗିଲି ଭଳି କାନ୍ଦିଥିଲେ ଏବଂ କହିଥିଲେ ଆମ ଦେହରେ ଦେବତା ଆସିଛି । ଆଉ ସେହି ଦେବତାକୁ ଉକ୍ତ ଗ୍ରାମର ଚୈତନ୍ୟ ପଠେଇଛି ବୋଲି କହିଥିଲେ । ପୂର୍ବ ଶତ୍ରୁତା ହେଉ କିମ୍ବା ଏହିପରି ଅଭିନୟ ହେଉ, ଏହା ଦେଖି ଗ୍ରାମର ଭଦ୍ରବ୍ୟକ୍ତି ଗୁଣି ଗାରେଡ଼ି ସନ୍ଦେହରେ ଉକ୍ତ ଗ୍ରାମର ଚୈତନ୍ୟ ଏବଂ ତାଙ୍କ ପରିବାରଙ୍କୁ ମାରପିଟ୍ କରିଥିଲେ । ଏହି ଖବର ପାଇବା ପରେ ସାମ୍ବାଦିକ ବେଦବର ଛତ୍ରିଆ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରି ପୋଲିସ୍ ଷ୍ଟେସନରେ ଏତଲା ଦେବା ସହିତ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ଡାକି ପଚରା ଉଚରା କରିଥିଲେ ଏବଂ ପୀଡ଼ିତାଙ୍କ ପାଇଁ ଡାକ୍ତରୀ ଖର୍ଚ୍ଚ ବାବଦକୁ ଗାଁ ବାଲା ବହନ କରିବାକୁ କହିଥିଲେ । ଦେବତା ଆସିଛି କହୂଥିବା ଦୁଇ ଝିଅଙ୍କୁ ହସ୍ପିଟାଲ୍ ନେବାକୁ ମଧ୍ୟ କହିଥିଲେ । ଗ୍ରାମର ୱାର୍ଡ ମେମ୍ବର ଏବଂ ଭଦ୍ରବ୍ୟକ୍ତିଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯେପରି ଏହାର ପୁନରାବୃତ୍ତି ନ ହେବା ପାଇଁ । ଘଟଣା ସ୍ଥଳକୁ ଲାଠୋର ପୋଲିସ୍ ଆସି ଘଟଣାର ସତ୍ୟତା ସମ୍ପର୍କରେ ବୁଝିଥିଲେ । କିନ୍ତୁ ପୀଡ଼ିତ ପରିବାର ଗ୍ରାମରେ ସମାଧାନ ହେଇଯିବୁ ବୋଲି କହିଥିଲେ । ଫଳରେ ବେଦବର ଛତ୍ରିଆ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଏବଂ ପୀଡ଼ିତ ପରିବାରଙ୍କୁ ବସେଇ ସମାଧାନ କରିଥିଲେ । ଏଥିରେ ସହଯୋଗ କରିଥିଲେ ପୀତବାସ ଭୋଇ । ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଅନ୍ଧବିଶ୍ୱାସରେ ଏମିତି କରିଦେଲୁ ଏବଂ ଆଗକୁ ଏହିପରି କରିବୁ ନାହିଁ ବୋଲି ସଫେଇ ଦିଆଯାଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.