ମୁରିବାହାଲ ଠାରେ ଯୁବ କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ‘ଧରନୀ’ ମହୋତ୍ସବ

ମୁରିବାହାଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧପଡ଼ା ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ, ବଲାଙ୍ଗିରର ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ‘ଧରନୀ’ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟ ଦେବୀ ମା’ ଜାଡେନ ପୀଠରେ କୁକୁଡ଼ା ବଳି ଦେଇ ସାମାଜିକ ରୀତିନୀତିରେ ପୁଝାରୀ ପୂଜାର୍ଚ୍ଚନା ପରେ ପାରମ୍ପରିକ ଡାକା ବାଦ୍ୟ ସହ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଦୁଇ ହଜାରରୁ ଉର୍ଦ୍ଧ ଲୋକ ସଂଖ୍ୟା ଥିବା ଟେଣ୍ଡ ହାଉସର ସଭାସ୍ଥଳୀରେ ପହଞ୍ଚିଥିଲେ । ଯୁବ କନ୍ଧ ସମାଜ ସଭାପତି ସୁରେଶ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧରନୀ ମହୋତ୍ସବରେ ନିୟମଗିରି ସୁରକ୍ଷା ସମିତିର ସଭାପତି ତଥା ୨୦୨୦ ମସିହାରେ ମାନବ ମର୍ୟ୍ୟାଦା ସମ୍ମାନରେ ସମ୍ମାନିତ ହୋଇଥିବା ଲଦ ଶିକକା ମୁଖ୍ୟଅତିଥି, ଉପସଭାପତି, ଧନେଶ୍ୱର ମାଝୀ, ମାଲକାନଗିରି କନ୍ଧ ସମାଜ ସଭାପତି ଗୋପୀ ପାଙ୍ଗି, କଳାହାଣ୍ଡି କନ୍ଧ ସମାଜର ଯୁବ କର୍ମକର୍ତ୍ତା ଡମ୍ବରୁଧର ମାଝୀ, ନାରୀନେତ୍ରୀ ବବିତା ମାଝୀ, କିରଣ ଭୋଇ, ବନିତା ପ୍ରଧାନୀ, ବୌଦ୍ଧ ଜିଲ୍ଲା ସଭାପତି ଡମ୍ବରୁଧର କୁଅଁର, ଉତ୍କଳ କନ୍ଧ ସମାଜ ସହସମ୍ପାଦକ ଦୁର୍ଜନ ମାଝୀ, କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ,, ଦାମୋଦର ଭୋଇ, ରାଧେଶ୍ୟାମ ଭୋଇ, ଲଳିତ ଜାନୀ, ମିନିକେତନ ପାତ୍ର, ସତ୍ୟନାରାୟଣ ଭୋଇ, ନିଳେନ୍ଦ୍ରି ଭୋଇ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ ସମ୍ପାଦକ ସୋହନ ମାଝୀ ସଭାକାର୍ୟ୍ୟର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସମ୍ପାଦକ ଡିଙ୍ଗର ଭୋଇ ବିବରଣୀ ପଠନ କରିଥିଲେ । କନ୍ଧ ଜାତିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ଅନ୍ୟତମ ପରିଚୟ ଦେଇଛି । କନ୍ଧ ଜାତିର ଏକତାକୁ ମଜଭୁତ କରି ସଂସ୍କୃତି ପରମ୍ପରା ରୀତିନୀତି ଜଳ, ଜଙ୍ଗଲ, ଜମିନ ଓ ସାମ୍ବିଧାନିକ ଅଧିକାର ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଢ଼େଇ କରିବାକୁ ଆହ୍ୱାନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ଲୋପପାଇଯାଉଥିବା କନ୍ଧାନ ଭାଷା ସୁରକ୍ଷାର ମୁଖ୍ୟ ପତ୍ରିକା ‘ଧରନୀ’ ଏବଂ ୱେବ ଚେନାଲ ଶୁଭ ଉଦଘାଟନ କରିଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧ ସମାଜର ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବି କ୍ଷିତୀଶ ଚନ୍ଦ୍ର ଭୋଇ, ଲଳିତ ଭୋଇ, ଡମ୍ବରୁଧର ଭୋଇ, ଜିଲ୍ଲା ସହ ସମ୍ପାଦକ ଦୋଳଗୋବିନ୍ଦ ପ୍ରଧାନୀ, ସଂଯୋଜକ ଦୈତାରୀ ଭୋଇ, ଜିଲ୍ଲା କୋଷାଧକ୍ଷ ଡମ୍ବରୁଧର କୁଅଁର, ସହ ସଂଯୋଜକ ପ୍ରଦୀପ ଜାନୀ, ମୁରିବାହାଲ ବ୍ଲକ ସଭାପତି ଦୁଷିମଣୀ ପ୍ରଧାନୀ, ସମ୍ପାଦକ ଗୋପାଳ ସିଂ ଭୋଇ, ସହ ସମ୍ପାଦକ ତୁଳସୀ ଭୋଇ, କୋଷାଧକ୍ଷ ରମେଶ ଭୋଇ, ମୁରିବାହାଲ ପଞ୍ଚାୟତ ସଭାପତି କୃତିବାସ ଭୋଇ, ଆଇନ ପରାମର୍ଶଦାତା ଶମ୍ଭୁ ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, ସମ୍ପାଦକ କୁଳଦୀପ ମାଝୀ, କୋଷାଧକ୍ଷ କେଶବ ଭୋଇ, ଅଶୋକ ନାରାୟଣ ଭୋଇ, ତୁରେକେଲା ବ୍ଲକ ସଭାପତି ଜୟଗୋପାଳ ଭୋଇ, ସୋମିତ୍ରୀ ଭୋଇ, ମୋତିରାମ ଭୋଇ, ପରମା ଭୋଇ, ଟିଟିଲାଗଡ଼ ସଭାପତି ଉମାକାନ୍ତ ଭୋଇ, ନଗର ସଭାପତି ସୁରେଶ ଭୋଇ, ସଇଁତଳା ବ୍ଲକ ଉପସଭାପତି ରାଜିନ୍ଦ୍ର ଭୋଇ, ଗୁଡଭେଲା ବ୍ଲକ ସଭାପତି ଚିତ୍ରସେନ ଭୋଇ, ମନୋହର ଭୋଇ,ଡି. ଜି. ପ୍ରଧାନୀ, ସଞ୍ଜୟ ଜାନୀ, ସତ୍ୟନାରାୟଣ ଭୋଇ, ନିୟମଗିରି ସୁରକ୍ଷା ସମିତିର କର୍ଣ୍ଣଧାର ଲିଙ୍ଗରାଜ ଆଜାଦ, ଉପେନ୍ଦ୍ର ତଥା ନିୟମଗିରି ଅଂଚଳର ଶତାଧିକ ଧଙ୍ଗଡ଼ାଧାଙ୍ଗଡି ପ୍ରମୁଖ ଧରନୀ ମହୋତ୍ସବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.