ଭାରତ ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ : ବନ୍ଦ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦ୍ରବ୍ୟ ଓ ସେବା କର (ଜିଏସ୍ ଟି)ର ସମୀକ୍ଷା ଓ ସରଳୀକରଣ ଦାବୀରେ କନଫିଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ)ର ଭାରତ ବ୍ୟାପାର ବନ୍ଦ ଡାକରାକୁ ବଲାଙ୍ଗିରରେ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ସହରରରେ ସମସ୍ତ ଦୋକାନ, ବଜାର, ଗାଡି ମଟର ବନ୍ଦ ଥିବା ବେଳେ ବନ୍ଦ ସଂପୁର୍ଣ୍ଣ ଶାନ୍ତିପୁର୍ଣ୍ଣ ରହିଛି । ଜିଏସଟିର ବର୍ତ୍ତମାନ ସ୍ୱରୂପ, ଇ-କମର୍ସରେ ଆମାଜନ ଭଳି ବିଦେଶୀ କମ୍ପାନୀମାନଙ୍କ ବଢୁଥିବା ପ୍ରଭାବ ଓ ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ କେଟ୍ ଓ ଏଆଇଟିଡବ୍ଲୁଏର ସର୍ବଭାରତୀୟ ବ୍ୟାପାର ବନ୍ଦ ଓ ଚକ୍କାଜାମ ନିଷ୍ଟତ୍ତି କ୍ରମେ ବଲାଙ୍ଗିର ବଣିକ ସଂଘ ଆଜି ବଲାଙ୍ଗିର ବନ୍ଦର ଡାକରା ଦେଇଥିଲା । ବଣିକ ସଂଘର ଏହି ଡାକରାକୁ ଟ୍ରକ ମାଲିକ ସଂଘ ପୂର୍ବରୁ ସମର୍ଥନ କରିଥିବା ବେଳେ ଗତ କାଲି ଘରୋଇ ବସ ମାଲିକ ସଂଘ ସମର୍ଥନ ଘୋଷଣା କରିଥିଲା । ସେହି କ୍ରମରେ ଆଜି ସହରରରେ ଦୋକନ ବଜାର ବନ୍ଦ ରହିବା ସହିତ ଗାଡି ମଟର ଚାଳାଚଳ ମଧ୍ୟ ବନ୍ଦ ରହିଥିଲା । ଏହି ଅବସରରେ ବଣିକ ସଂଘ ସଭାପତି ତ୍ରିପୁରାରୀ ପଣୀଗ୍ରାହୀଙ୍କ ନେତୃତ୍ୱରେ ଏକ ଦଳ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ମିଳିତ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ପ୍ରଦାନ କରିଥିଲା । ଏହି ଦାବୀ ପତ୍ରରେ ଜିଏସଟିକୁ ଆହୁରି ସରଳ କରିବା ପାଇଁ ପ୍ରତି ଜିଲ୍ଲାରେ ଜିଏସଟି କମିଟି, ନେସନାଲ ଆଡଭାନ୍ସ ରୁଲିଙ୍ଗ ଅଥୋରିଟି ଓ ଏପିଲେଟ ଟ୍ରିବୁନାଲ ଗଠନ ସହିତ ବ୍ୟବସାୟୀମାନଙ୍କୁ ତଦନ୍ତକାରୀ ସଂସ୍ଥା ମାନଙ୍କ ଦ୍ୱାରା କରାଯାଉଥିବା ଉତ୍ପିଡନର ତଦନ୍ତ କରାଯିବା ଭଳି ଦାବୀ ରହିଛି । ଆଜିର ଏହି କାର୍ୟ୍ୟକ୍ରମରେ ବଣିକ ସଂଘ ତରଫରୁ ସଂପାଦକ ବଲରାମ ଅଗ୍ରୱାଲ, ପ୍ରେମ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଲଲିତ ଅଗ୍ରୱାଲ, ସଂଜୟ ଚୌଧୁରି, ବାବୁଲାଲ କେଡିଆ, ମିଥୁନ ପଟ୍ଟନାୟକ ଓ ରିଙ୍କୁ ପାତ୍ର ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଯୋଗ୍ୟ ଯେ, ଗୋଟିଏ ଦେଶକୁ ଗୋଟିଏ ଟ୍ୟାକ୍ସର ନାରା ଦେଇ ମୋଦୀ ସରକାର ଗତ ୧ ଜୁଲାଇ ୨୦୧୭ରେ ଏହି ବିଲ୍‌ ଆଣିଥିଲେ । ବିଲ ମଞ୍ଜୁର ହେବା ପରେ ଏହି ଦେଶବ୍ୟାପୀ ଟ୍ୟାକ୍ସ ସାରା ଦେଶକୁ ଏକ ସୂତ୍ରରେ ଯୋଡିବା ସହ ଉଭୟ ବ୍ୟାପାରି ଓ ଉପଭୋକ୍ତାଙ୍କ ନେଣ ଦେଣକୁ ଆହୁରି ସରଳ କରିବ ବୋଲି ସାରା ଦେଶ ଉତ୍ସବ ମୁଖରିତ ହୋଇ ପଡିଥିଲା । ସରକାର ଏହି ଜିଏସଟି ଟ୍ୟକ୍ସକୁ ଗୁଡ୍ ଏଣ୍ଡ ସିମ୍ପଲ ଟ୍ୟାକ୍ସ କହୁଥିଲେ । କିନ୍ତୁ ଏହି ଜିଏସଟି ଏବେ ବ୍ୟାପାରିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଜିଏସଟିିର ଜଟିଳତା ନାଁ ବ୍ୟାପରିକୁ ବୁଝା ପଡୁଛି ନାଁ ଗ୍ରାହକଙ୍କୁ । ଏପରିକି ଜିଏସଟି ତଦନ୍ତକାରୀ ସଂସ୍ଥା ଓ ଖୋଦ ଟ୍ୟାକ୍ସ ଜାରୀ କରିଥିବା ସରକାର ଏହାକୁ ସଂପୁର୍ଣ୍ଣ ରୂପେ ବୁଝି ପାରୁ ନଥିବା ମନେ ହେଉଛି । ଦେଶ ଉପରେ ଜିଏସଟି ଲାଗୁ ହେବାକୁ ଚାରି ବର୍ଷ ଭିତରେ ଜିଏସଟି ନିୟମକୁ ୯୩୭ ଥର ସଂଶୋଧନ କରାଯାଇଛି । ଫଳରେ ଏହି ଟ୍ୟାକ୍ସ ବ୍ୟବସ୍ତା ଧିରେ ଧିରେ ବ୍ୟାପରିଙ୍କ ପାଇଁ କାଳ ପାଲଟିଛି । ସରକାରୀ ତଦନ୍ତକାରୀ ସଂସ୍ଥା ଓ ବାବୁମାନେ ଏହାର ଫାଇଦା ଉଠାଇ ଅକାରଣେ ବ୍ୟାପାରୀଙ୍କୁ ହଇରାଣ କରୁଛନ୍ତି । ଆହୁରି ସରକାରୀ ଇ-କମର୍ସ ପଲିସିରେ ଆମାଜନ ଭଳି ବିଦେଶୀ କମ୍ପାନୀ ଭାରତୀୟ ବଜାର ଉପରେ ବେଶ ପ୍ରଭାବ ବିସ୍ତାର କରିଛି । ଯଦ୍ୱାରା ଭାରତୀୟ ବ୍ୟାପାରିମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବୋଲି କେଟର ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲବାଲ କହିବା ସହ ଏହାର ବିରୋଧରେ ୨୬ ଫେବୃଆରି ଭାରତ ବ୍ୟାପାର ବନ୍ଦର ଡାକରା ଦେଇଥିଲେ । ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟ ୱେଲଫେଆର ଏସୋସିଏସନ ଏହାକୁ ସମର୍ଥନ କରିଥିଲା । ଏହି ଡାକରାକୁ ଦେଶ ସାରା ପ୍ରାୟ ୪୦ ହଜାର ବଣୀକ ସଂଘ ଓ ୯ କୋଟି ବ୍ୟାପାରି ସମର୍ଥନ କରିଥିବା କୁହାଯାଉ ଥିବା ବେଳେ ଆଜି ସାରା ଦେଶରେ ବନ୍ଦ ପାଳନ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.