jayashree

ନବୀନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଦଶମ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ କମ୍ପ୍ୟୁଟର ଅନୁଷ୍ଠାନ ନବୀନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଦଶମ ବାର୍ଷିକ ଉତ୍ସବ ଗୁଜୁରାତି ସମାଜ ଭବନରେ ଧୂମଧାମରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ନବୀନ ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି, ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା, ସୂର୍ଯ୍ୟକାନ୍ତ ରଣା, ପିଲାବାବୁ ଦୀପ, ଗିରିରାଜ ସିଂ ମାଝୀ, ବିଭୁଦତ୍ତ ସାହୁ, ଯୁଧିଷ୍ଠିର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ପ୍ରଦାନ କରି ଉତ୍ସବକୁ ଉଦଘାଟନ କରାଯାଇଥିଲା । ନିର୍ଦ୍ଦେଶକ ନବୀନ ଦୀପ ସ୍ୱାଗତ ଭାଷଣ ଓ ବିବରଣୀ ପଠନ କରିଥିଲେ । ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ ତେଣୁ ସମସ୍ତେ କମ୍ପ୍ୟୁଟର ଶିଖିବା ପାଇଁ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଦର୍ଶାଇ ଥିଲେ । କଣ୍ଟାବାଞ୍ଜି ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ଶିକ୍ଷକ, ଶିକ୍ଷୟିତ୍ରୀ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର ପଦାଧିକାରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନରେ ଶିକ୍ଷା ସମାପ୍ତ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭାପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଥମିର ଛତ୍ରିଆ, ସବିତା ରଣା, ମମତା ପଣ୍ଡା, ଅଞ୍ଜଳି ମାଝୀ, ଦେବେନ୍ଦ୍ର ପଣ୍ଡା, ଭାସ୍କର ମେହେର, ଶେଷଦେବ ପୁଟେଲ, ଗୋବିନ୍ଦ ତାଣ୍ଡୀ, ବିବେକ ଶର୍ମା, ଗଜୟ କୁମାର ଦାଶ, ନିଖିଲ ଜାଲ, ଅଲିଭା ନାଗ, ସନ୍ଦୀପ ଦୀପ, ରାଜ ପନିକା, ଅଦିତି ଧରୁଆ, ଅସ୍ତନା ବାନୋ, ଗାୟତ୍ରୀ ତାଣ୍ଡୀ, ଜୟଶ୍ରୀ ଭରାସାଗର, ତେସାନି ମାଝୀ, ତୃପ୍ତିମୟୀ ଭାଟି, ଲୋଚନା ଗହୀର, ପ୍ରିୟଙ୍କା ଅଗ୍ରୱାଲ, ୟଶରାଜ ବିଭାର, ସାହିନ, ଶୁଭମ ସାଗର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.