jayashree

ଭକ୍ତିମୟ ପରିବେଶରେ ଆରମ୍ଭ ହେଲା ଟିକ୍ରାପଡ଼ା ଅହୋରାତ୍ର ନାମଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶନିବାର ଠାରୁ ଚଳିତ ବର୍ଷ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଶୁକ୍ରବାର ସଂନ୍ଧ୍ୟା ୭ ଘଣ୍ଟା ସମୟରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ କଳସ ଯାତ୍ରା ସହ ପ୍ରଭୁ ରାଧା ମାଧବଙ୍କୁ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଆବାହନ କରି ନାମ ଯଜ୍ଞ ମଣ୍ଡପରେ ବିରାଜମାନ କରାଇଥିଲେ । ଶନିବାର ସକାଳ ୯ ଘଣ୍ଟା ସମୟରେ ସ୍ୱାମୀ ତେଜ୍ୱାନନ୍ଦ ସରସ୍ବସ୍ୱୀ ନାମଯଜ୍ଞର ଶୁଭାରମ୍ଭ କରି ପ୍ରଭୁଙ୍କ ନାମ ଗାନ କରାଇଥିଲେ ଏବଂ ସମଗ୍ର ସଂସାର ତଥା ବଲାଙ୍ଗିରବାସୀଙ୍କ ଶୁଭକାମନା କରିଥିଲେ । ସମାଜ ସେବୀ ରାଜେନ୍ଦ୍ର ବିଜୟ ସାହୁ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଚଳିତ ବର୍ଷ ନାମଯଜ୍ଞ ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଂଜ୍ଞ ଆୟୋଜନ ହୋଇଛି । ଚଳିତ ବର୍ଷ ନାମଯଜ୍ଞ ଆୟୋଜନ ସଞ୍ଜୟ ଶତପଥୀ କୋଷାଧ୍ୟକ୍ଷ ଏବଂ ଶରତ ଷାଣ୍ଡ, ସୁବାସ ସା, ଦୁର୍ଗା ସାହୁ, କଳୁ ମହାନ୍ତି, ତୁଫାନ ସାହୁ, ପିଙ୍କୁ ପଣ୍ଡାଙ୍କ ନେତୃତ୍ୱରେ ନାମଯଜ୍ଞ ଆୟୋଜନ ହୋଇଛି । ନାମଯଜ୍ଞ ଆୟୋଜକ କମିଟିରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତୀ, ଦୁଲିଚନ୍ଦ ଅଗ୍ରୱାଲ, ଅଶୋକ ଚାନ୍ଦ, ରାଜେନ୍ଦ୍ର ମିଶ୍ର, ସତ୍ୟନାରାୟଣ ମହାକୁଡ଼, ପ୍ରଦୀପ ସାହୁ, ଅଶୋକ ମିଶ୍ର, ସୁନାଧର ବନଛୋର, ଦ୍ଵିଜରାଜ ମିଶ୍ର, ଶ୍ରୀବତ୍ସ ମହାରଣା, ଶିବେନ୍ଦ୍ର ସାହୁ, ବିକାଶ ସା, ଗୋପାଳ ମହାରଣା ତଥା ମହିଳା କମିଟି ସଭାପତି ବିଳାସିନୀ ବେହେରା, ସମ୍ପାଦିକା ଲିନା ମହାନ୍ତି, ସବିତା ବେହେରା, ଦମୟନ୍ତୀ ବାଗ ସଭ୍ୟ ଅଛନ୍ତି । ଚଳିତ ବର୍ଷ ଯଜ୍ଞ କର୍ତ୍ତା ରୂପେ ଦୁର୍ଗା ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ ଦାଇତ୍ୱ ନିର୍ବାହ କରୁଛନ୍ତି । ମୁଖ୍ୟ ପୂଜକ ଶୁକଦେବ ମିଶ୍ର ଓ ସହଯୋଗୀ ପୂଜା କାର୍ଯ୍ୟ ବହନ କରିଛନ୍ତି । ନାମଯଜ୍ଞ କମିଟିର ସଭ୍ୟ ସନ୍ତକ ବହିଦାର, ଟିଚୁ ମହାରଣା, ସୁନୀଲ ଦୋରା ମୁନା ପାତ୍ର, ଚିତ୍ତରଞ୍ଜନ ସାହୁ, ଭରତ ପୋଢ଼, ପବନ ଅଗ୍ରୱାଲ, ଅଜିତ ପଣ୍ଡା, ଲିଲି ବେହେରା, ଟିଂକୁ ପଣ୍ଡା, ନେପାଳ ମହାରଣା, ରାଜେନ୍ଦ୍ର ପାଣି, ମଞ୍ଜୁଲତା ମିଶ୍ର, ସୁଚରିତା ଶତପଥୀ, ସୌରଭ ଜିତ ନାଗ, ସ୍ୱସ୍ତିକ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.