
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସି ଅଧିନରେ ହେଉଥିବା ଅନେକ ଉନ୍ନୟନ ମୂଳକ ଠିକା କାମ ଅତି ନିମ୍ନମାନର ହେଉଛି, ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ, କିଛି ମାସ ମଧ୍ୟରେ ନବନିର୍ମିତ ରାସ୍ତା ଡ୍ରେନ୍ ଗୁଡ଼ିକ ଖରାପ୍ ହେଇଯାଉଛି, ଏନ୍ ଏ ସି କାଉନସିଲ୍ ବୈଠକରେ ହେଉଥିବା ନିଷ୍ପତ୍ତି ଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ, କେତେ ବର୍ଷ ହେଲା ପଦ୍ମପୁର ଥାନା ଛକରୁ ଆମ୍ବେଦକର ଛକ, ପୁରୁଣା ବସ୍ତି ରାସ୍ତା ଅତି ଖରାପ୍ ଅବସ୍ଥାରେ ଅଛି, ବାରମ୍ବାର ଦାବି କଲାପରେ ମଧ୍ୟ ସହରର ଏକ ପ୍ରମୁଖ ରାସ୍ତା ପାଇଁ ଅର୍ଥର ଅଭାବ ଅଛି କହୁଛନ୍ତି, କିନ୍ତୁ ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ପାଇଁ ଯାହା ଅତି ଆବଶ୍ୟକ ମଧ୍ୟ ନୁହେଁ ଏବଂ ଅନ୍ୟ କାମ ପାଇଁ କିନ୍ତୁ ଅର୍ଥ ଅଛି, ଆପଣଙ୍କ ପାଖରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ କରାଯାଇଛି, କିନ୍ତୁ ସୁଫଳ ମିଳିପାରିନାହିଁ । ଆପଣ ମଧ୍ୟ କିଛି ଦିନ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ଵରେ ଥିଲେ ଏବଂ ଆପଣ ନିଜେ ନେଇଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ କରିନାହାନ୍ତି । ଆପଣଙ୍କ ଯୋଗୁଁ ବ୍ରାହ୍ମଣୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଗତବର୍ଷ ସମ୍ପାଦନ ହେଇପାରିଲା ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ତହସିଲଦାର ଏକ ଆଦେଶ ପାରିତ କରିଥିଲେ, ଆଦେଶ ପାରିତ ପୂର୍ବରୁ ଆପଣ ସେହି କେସରେ ନିଜ ତରଫରୁ ମଧ୍ୟସ୍ଥି ସାଜିଥିଲେ ଏବଂ ଆପଣଙ୍କ ପ୍ରସ୍ତାବରେ ଉଭୟ ପକ୍ଷ ରାଜି ମଧ୍ୟ ହେଇଥିଲେ ଏବଂ ଆପଣ ନିଜେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଆଦେଶକୁ କାର୍ଯ୍ୟକାରୀ କରିବି ବୋଲି, ହେଲେ ଧାର୍ଯ୍ୟ ତାରିଖ ମଧ୍ୟରେ କିଛି କାର୍ଯ୍ୟକାରୀ କଲେ ନାହିଁ ବରଂ ଗୋଟିଏ ପକ୍ଷକୁ ( ଜବର ଦଖଲକାରୀଙ୍କୁ) ସୁହାଇଲା ଭଳି କାମ କରିଲେ ଏବଂ ଯଥେଷ୍ଟ ସମୟ ଦେଲେ, ଯଦ୍ୱାରାକି ସେମାନେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇପାରିଲେ, ଏହା ଆପଣଙ୍କ ପକ୍ଷପାତିତା ପ୍ରମାଣିତ କରିଥିଲା । ଅନ୍ୟ ଏକ ଅଭିଯୋଗ ହେଇଥିଲା ଆପଣଙ୍କ ପାଖରେ ଯେ ପଦ୍ମପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜାଗାକୁ କିଛି ବ୍ୟକ୍ତି ଜବରଦଖଲ କରି ମାଡ଼ି ବସିଛନ୍ତି । ଆପଣ ସେମାନଙ୍କୁ ଉଚ୍ଛେଦ କରିବା ପରିବର୍ତ୍ତେ ନିୟମିତ କରିବା ପାଇଁ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବରେ ବେଆଇନ୍, ଏନ୍ ଏ ସି ର କୌଣସି କ୍ଷମତା ନାହିଁ । ନିଜ ନାମରେ ରେକର୍ଡ ନଥିବା ଜାଗାକୁ ଅନ୍ୟ କାହାକୁ ଲିଜ୍ ଦେବା ପାଇଁ, ଏହା ମଧ୍ୟ ପ୍ରମାଣିତ କରୁଛି ଯେ ଆପଣ ବେଆଇନ କାମ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଆପଣଙ୍କ ପାଖକୁ ସମସ୍ୟାର ସମାଧାନ ପାଇଁ ଲୋକେ ଆସନ୍ତି, କିନ୍ତୁ ଆପଣ ସମସ୍ୟାର ଠିକ୍ ଭାବରେ ସମାଧାନ କରିବା ପରିବର୍ତ୍ତେ ଅନ୍ୟ ଉପରେ ଅଭିଯୋଗ ଆଣନ୍ତି । ପଦ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଚେଷ୍ଟିତ କିନ୍ତୁ ଆପଣ କିଛି ଜବରଦଖଲକାରୀଙ୍କୁ ନିୟମିତ କରିବା ପାଇଁ ପରାମର୍ଶ ଦେଲାବେଳେ କିଛି ଲୋକଙ୍କୁ ବିନା ଥଇଥାନରେ ଉଚ୍ଛେଦ କରୁଛନ୍ତି । ଆମେ ପୂର୍ବରୁ ମଧ୍ୟ ଏନ୍ ଏ ସିର କିଛି ଘର ଜବରଦଖଲ ଉଚ୍ଛେଦ ପାଇଁ ଆପଣଙ୍କ ପାଖରେ ଅଭିଯୋଗ କରିଛୁ । କିନ୍ତୁ ଆପଣ କୌଣସି ପଦକ୍ଷେପ ଗ୍ରହଣ କରିନହାନ୍ତି । କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।