ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଉତ୍ତେଜନା ହ୍ରାସର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ ତଥା ଆଲୋଚନା ଏବଂ କୁଟନୀତିକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଏହି ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି :
“ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା, ଆଲୋଚନା ଏବଂ କୂଟନୀତିକୁ ଫେରିବା ବିଷୟରେ ମୋର ପ୍ରିୟ ବନ୍ଧୁ ଇମାନୁଏଲ ମାକ୍ରନଙ୍କ ସହ କଥା ହୋଇଛି ।
ଆମେ ଏହି ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆଗକୁ ବଢ଼ାଇବାକୁ ଆମର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା କରୁଛୁ ।”

Leave A Reply

Your email address will not be published.