ଦିଲ୍ଲୀ ପ୍ୟାରେଡରୁ ଫେରିଥିବା ଛାତ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲା ସୀମାନ୍ତ ଝାରବନ୍ଧ ଗ୍ରାମର କଲେଜ ଛାତ୍ର ଅଲେଖ ସାଗରିଆ ଗଣତନ୍ତ୍ର ଦିବସ ଦିଲ୍ଲୀର ଜାତୀୟ ସ୍ତରରେ ସାମିଲ ହୋଇ ଅଞ୍ଚଳର ଗୌରବ ଆଣିଛନ୍ତି । ତାଙ୍କର ବାପା ଭରତ ସାଗରିଆଙ୍କ ଦୁଇ ପୁଅ ଅଛନ୍ତି । ସେ ପରିବା ବିକ୍ରି କରି ପୁଅ ଅଲେଖ ସାଗରିଆ ତାର ସପ୍ନ ପୂରଣ କରିଥିବାରୁ ସେ ଭାବ ବିହୋଳ ହୋଇ ପୁଅକୁ ଧରି ଗର୍ବରେ ଆନନ୍ଦ ହୋଇ ପୁଅକୁ କୁଣ୍ଢେଇ ପକାଇ ଥିଲେ । ଝାରବନ୍ଧ ମୁଖ୍ୟ ଛକ ଚାନ୍ଦିନୀ ଛକ ଠାରେ କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ଝାରବନ୍ଧ ବ୍ୟବସାୟୀ ସଂଘ ସଭାପତି ଯୁବ ନେତା ଜୟ କୁମାର ନିଗମ, ଝାରବନ୍ଦ ଜିଲ୍ଲା ପରିଷଦ ସଭ୍ୟା କୁମଦିନି ସାହୁ, ଝାରବନ୍ଧ ସରପଞ୍ଚ ଧନମତୀ ପାଣ୍ଡେ, ଦିବ୍ୟ କିଶୋର ପାଣ୍ଡେ, ଉମେଶ ବନଛୋର, ଟିକୁ ବନଛୋର, ସୁଶାନ୍ତ ବାଗ ପ୍ରମୁଖ ଯାଦବ ସମାଜ ତରଫରୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ । କଲେଜର ଛାତ୍ରଛାତ୍ରୀମାନେ ଏକ ଶୋଭା ଯାତ୍ରାରେ କଲେଜକୁ ନେଇ ଥିଲେ । କଲେଜ ପ୍ରବେଶ ଦ୍ୱାରରେ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ସାନନ୍ଦ ସାହୁ, ଅଧ୍ୟାପକ ସାର୍ଥିକ ସାହୁ, ଡଃ ରଶ୍ମି ରଞ୍ଜନ ମହାନ୍ତି, ରିତାଞ୍ଜଳୀ ଗୁରୁ, କାର୍ତ୍ତିକ ବରିହା, ବେଣୁଧର ପାଣିଗ୍ରାହୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ । ଝାରବନ୍ଧ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଦୀପ ପ୍ରଧାନ, ନକୁଳ ସାହୁ, ଜୋହାନ କୁମ୍ଭାର, ଦେବେନ୍ଦ୍ର ସାହୁ ପ୍ରମୁଖ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.