ମା’ ସାହାଜି ଯୁବକ ସଂଘ ରୌପ୍ୟ ଜୟନ୍ତୀ ସମାରୋହ

  • ଗାଁ, ସମାଜ ଓ ଦେଶ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସାହାଜିକଟେନଙ୍କ ପୀଠରୁ ମଶାଲ ଆଣି କାର୍ଯ୍ୟକ୍ରମ ସ୍ଥଳରେ ସ୍ଥାପନ କରାଯାଇଥିଲା । ମା’ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହର ସାଧାରଣ ସଭାରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବଡ଼ଭାଇ ପୁରନ୍ଦର ବାଗ, ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ସଞ୍ଜୟ ମିଶ୍ର, ସମ୍ମାନୀୟ ଅତିଥିଭାବେ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼, କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଉପସଭାପତି ଅଶୋକ ନାରାୟଣ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗତ ୨୫ ବର୍ଷଧରି ସଂଘ ଗାଁର ସର୍ବାଙ୍ଗୀନ ଉନ୍ନତିକୁ ଲକ୍ଷ କରି ଶିକ୍ଷାର ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ ସଚେତନତା, ବୃକ୍ଷରୋପଣ, ଗ୍ରାମ ପରିମଳ ଓ ସଫାସୁତୁରା, ମଦ ନିବାରଣ, ଗ୍ରାମର ରାସ୍ତାଘାଟ ଓ ସାମୁହିକ ସ୍ଥଳୀ ସଫାକରି ଅନେକ ମୂଲ୍ୟବୋଧ ମୂଳକ କାର୍ଯ୍ୟକୁ ଅତିଥିମାନେ ପ୍ରଶଂସା କରିଥିଲେ । ଗାଁ, ସମାଜ ଓ ଦେଶ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ହୁଲେଶ୍ୱର ହଂସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି ଅବସରରେ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, କପିଲାଭଟା ଅଙ୍ଗନବାଡ଼ି କର୍ମୀ ପ୍ରିୟା ବାଗ, କପିଲାଭଟା ଆଶା କର୍ମୀ ସଂଗୀତା ବନଛୋର, କପିଲାଭଟା ଗ୍ରାମର ଏମବିକେ ଭୁଜଙ୍ଗିନୀ ହଂସ, କପିଲାଭଟା ଗ୍ରାମର ସିଆରପି ଇନ୍ଦୁମତି ହଂସଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଦକ୍ଷିଣ ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଭୁରକୁଣ୍ଡି ମୟୂରଭଞ୍ଜରୁ ଆସିଥିବା କଳାକାରଙ୍କ ଛଉ ନୃତ୍ୟ ପରିବେଷଣ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଏଥିରେ ସହ ସମ୍ପାଦକ ସୁନୀଲ କୁମାର ବିଶି, ଅଶୋକ କୁମାର ବିଶି, ପରମାନନ୍ଦ ଛତ୍ରିଆ, ରଜତ କୁମାର ବିଶି, ବିକାଶ ହଂସ, ଦେବାଶିଷ ବିଶି, ଶୁଭାଶିଷ ବିଶି, ଚନ୍ଦ୍ରଶେଖର ବିଶି, ସମୀର ବିଶି, ରଶ୍ମିରଞ୍ଜନ ହଂସ, ଲୋକନାଥ ହଂସ, ଯଶପାଲ ହଂସ, ରଞ୍ଜନ ହଂସ, ସୁରେନ୍ଦ୍ର ବିଶି ପ୍ରମୁଖଙ୍କ ସହ ଯୁବକ ସଂଘର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.