csstore

ସରକାରୀ ବ୍ୟବସ୍ଥାର ସଦୁପଯୋଗ କରି ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କରିବା ମୋର ପ୍ରାଥମିକତା : ବିଧାୟକ ଦୁର୍ଗା ଚରଣ ତନ୍ତୀ

  • ନିଜର ଏକ ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ଼ ଉପସ୍ଥାପନ କଲେ ବିଧାୟକ

ରାଉରକେଲା : ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଗଠିତ ଭାରତୀୟ ଜନତା ପାର୍ଟି ସରକାରର ଏକ ବର୍ଷ ପୂର୍ତ୍ତି ହୋଇଯାଇଥିବାବେଳେ ପ୍ରଥମ ଥର ପାଇଁ ରଘୁନାଥପାଲ୍ଲୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଵା ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କର ମଧ୍ୟ ବିଧାନସଭାରେ କାର୍ୟ୍ୟକାଳର ଏକ ବର୍ଷ ପୂର୍ତ୍ତି ଅବସରରେ ନିଜ ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ଆବାଳବୃଦ୍ଧବନିତା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମିତ୍ତ ହୋଇଥିବା କାର୍ଯ୍ୟର ଏକ ବାର୍ଷିକ ରିପୋର୍ଟ କାର୍ଡ଼ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକ ଶ୍ରୀ ଦୁର୍ଗା ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଆଜି ସେକ୍ଟର-୭ ସ୍ଥିତ ପ୍ରଜାପତି ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଧାୟକ ଦୁର୍ଗା ତନ୍ତୀ ନିଜ କାର୍ଯ୍ୟକାଳର ଏକ ବର୍ଷର ରିପୋର୍ଟ କାର୍ଡ଼ ପ୍ରଦାନ କରିବା ସହ ନିଜ ବକ୍ତବ୍ୟରେ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିକଟା ବ୍ଲକ ଅଧୀନରେ ଥିବା ମୁଣ୍ଡାଜୋର, ରାମଜୋଡୀ, ସୁଇଡ଼ିହି, ଯଲଦା, ବଲାଣି, ହାତିବନ୍ଧା ଏବଂ ଲାଠିକଟା ସମେତ ୭ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗମନାଗମନର ସୁଵିଧା ନିମିତ୍ତ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଏକାଧିକ ରାସ୍ତା ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନେକ ଗ୍ରାମରେ ଆଲୋକର ବ୍ୟବସ୍ଥା ନିମିତ୍ତ ହାଇମାକ୍ସ ଲାଇଟ ଏବଂ ଅନେକ ଜାଗାରେ ଷ୍ଟ୍ରିଟ ଲାଇଟ ଲଗାଇବା ଏବଂ କେତେକ ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଜରାଯାଇଥିବାବେଳେ ଇସ୍ପାତ ସହରାଞ୍ଚଳର ସେକ୍ଟର-୫ ସ୍ଥିତ କବିସମ୍ରାଟପାଲ୍ଲୀରେ, ସେକ୍ଟର-୧୩ ଏସ ବି ଆଇ ନିକଟସ୍ଥ ବସ୍ତି,ଏବଂ ସେକ୍ଟର-୧୫ ମଲ୍ଲିକ ବସ୍ତିରେ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିବାବେଳେ ଇସ୍ପାତ ସହରାଞ୍ଚଳ ଏବଂ ଦକ୍ଷିଣ ରାଉରକେଲାର ଅନେକ ସ୍ଥାନରେ ଶୋଚନୀୟ ହୋଇଯାଇଥିବା ରାସ୍ତା ଗୁଡିକର ଆବଶ୍ୟକତା ଅନୁସାରେ ମରାମତି/ନିର୍ମାଣ ଆଦି କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏହାସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତା ଯେପରି ଅତି ସହଜରେ ଅଳ୍ପ ସମୟ ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲାକୁ ଆସି ଯାଇ ପାରିବେ ସେଥିପାଇଁ ଲୁଆକେରା ଗ୍ରାମ ନିକଟ ଦେଇ ବହି ଯାଇଥିବା କୋଏଲ ନଦୀ ଉପରେ ଏକ ପୋଲ ନିର୍ମାଣ ଯାହାକି ନଦୀ ସେପଟେ ଥିବା ସାନଦଲକୀ ଗ୍ରାମକୁ ସଂଯୋଗ କରିବ, ସେହିପରି ଜଲଦା କଂସର ଗ୍ରାମ ନିକଟ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ଏକ ପୋଲ ଯାହାକି ନଦୀ ଆରପଟେ ଥିବା ଢେପାଟଲାକୁ ସଂଯୋଗ କରିବା ପାଇଁ ଦୁଇଟି ବ୍ରିଜ ନିର୍ମାଣ ସହିତ ବାରବେଡା ଗ୍ରାମ ରାସ୍ତା ମଝିରେ ଥିବା ନାଳ ଉପରେ ଏକ ଛୋଟିଆ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ହୋଇଥିବା ବେଳେ ଆହୁରି ଅନେକ ଗ୍ରାମରେ ଛୋଟ/ବଡ ବ୍ରିଜ ନିର୍ମାଣ ନିମିତ୍ତ ରାଜ୍ୟ ସରକାରଙ୍କ ନିକଟରେ ବିଧାୟକ ଲିଖିତ ଭାବେ ନିଜ କଥା ରଖିଥିବା ପ୍ରକାଶ କରିଥିଲେ । ଇସ୍ପାତ ସହରାଞ୍ଚଳରେ ଥିବା ହମିରପୁର, ତୁମକେଲା, ଲୁଆକେରା ଏବଂ ଦକ୍ଷିଣ ରାଉରକେଲା ଅଞ୍ଚଳରେ ଥିବା ନବକୃଷ୍ଣ ନଗର, ଟାଙ୍ଗରପାଲ୍ଲୀର କେତୋଟି ଗ୍ରାମ/ବସ୍ତି ଆଜି ନା ମହାନଗର ନିଗମ ଅଧୀନରେ ନା ପଞ୍ଚାୟତ ଅଧୀନରେ ଆସୁଥିବାରୁ ସେଠି ଗତ ଦଶନ୍ଧି ଧରି ବିକାଶ ଏକ ପ୍ରକାରରେ ଅଟକି ଯାଇଥିବାରୁ ବର୍ତ୍ତମାନ ଏହି ସବୁ ଅଞ୍ଚଳ ସମ୍ବନ୍ଧରେ ବିଶେଷ ଯୋଜନା କରି ଅଞ୍ଚକର ବିକାଶ ନିମିତ୍ତ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ବିଧାୟକ ଶ୍ରୀ ଦୁର୍ଗା ନିଜ ପ୍ରସ୍ତାଵ ରଖିଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣି ଅଞ୍ଚଳବାସୀଙ୍କୁ ଉତ୍ତମ ସେବା ପ୍ରଦାନ ନିମିତ୍ତ ସେ ବିଧାନସଭା ଗୃହ କମିଟି ସମ୍ମୁଖରେ ନିଜ ପ୍ରସ୍ତାବ ଲିଖିତ ଭାବେ ପ୍ରଦାନ କରିଛନ୍ତି ଯାହା ଉପରେ ବିଭାଗ ବର୍ତ୍ତମାନ ତର୍ଜମା କରୁଛି ବୋଲି ବିଧାୟକ ଶ୍ରୀ ଦୁର୍ଗା ପ୍ରକାଶ କରିଥିଲେ । ସ୍ଥାନୀୟ ଅଞ୍ଚକର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ କମ୍ପାନୀ ମାନଙ୍କରେ ନିଯୁକ୍ତିକୁ ନେଇ ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାୟକ ଶ୍ରୀ ଦୁର୍ଗା ନିକଟ ଅତୀତରେ ସେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦେଶକଙ୍କୁ ସାକ୍ଷାତ କରି ସ୍ଥାନୀୟ ଅଞ୍ଚକର ବେକାର ଯୁବକ/ଯୁବତୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତିରେ ପ୍ରାଥମିକତା ଦେବା ସହିତ ମାତ୍ରାଧିକ କାର୍ଯ୍ୟ ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ କରାଇବା ପାଇଁ ଲିଖିତ ଭାବେ ପ୍ରଦାନ କରିଛନ୍ତି ବୋଲି କହିଥିଲେ । ଆପୋଲୋ ହସ୍ପିଟାଲରେ ରୋଗୀ ମାନଙ୍କଠାରୁ ନିଆଯାଉଥିବା ମାତ୍ରାଧିକ ଦେୟ ଏବଂ ସେଠି ଆୟୁସ୍ମାନ କାର୍ଡରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କ ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବହାର ଅସହନୀୟ ବୋଲି ସାମ୍ବାଦିକଙ୍କ ଦ୍ଵାରା ହୋଇଥିଵା ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ କହିଥିଲେ କି ମେଡ଼ିକାଲ ଆଦାୟ କରୁଥିବା ମାତ୍ରାଧିକ ଦେୟର ଅତିଶିଘ୍ର ସମୀକ୍ଷା କରାଯାଇ ସମାଧାନ କରାଜୀବ,ଆୟୁସ୍ମାନ କାର୍ଡ଼ ନେଇ ଆସୁଥିବା ରୋଗୀଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ମେଡ଼ିକାଲ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ ବୋଲି ଗତ କାଲି ଡାକ୍ତରଖାନାକୁ ଯାଇ ବିଧାୟକ ନିଜେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ କହିଥିବା ପ୍ରକାଶ କରିଥିଲେ । ଆସନ୍ତା ଦିନରେ ଡାକ୍ତରଖାନାରେ ରୋଗୀଙ୍କ ସୁବିଧା ପାଇଁ ବିଧାୟକଙ୍କ ପକ୍ଷରୁ ଏକ ହେଲ୍ପ ଡେ଼କ୍ସ ଖୋଲିବା ନେଇ ସାମ୍ବାଦିକମାନଙ୍କ ପ୍ରସ୍ତାବ ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲା ସରକାରୀ ଡାକ୍ତରଖାନାର ସମ୍ପ୍ରସାରଣ, ବିମାନବନ୍ଦରର ସମ୍ପ୍ରସାରଣ ସହିତ ନିୟମିତ ବିମାନ ସେବାରେ ହେଉଥିବା ସମସ୍ୟାଜୁ ନେଇ ହୋଇଥିଵା ପ୍ରଶ୍ନର ଉତ୍ତରରେ ବିଧାୟକ ଶ୍ରୀ ଦୁର୍ଗା କହିଥିଲେ କି ଆର ଜି ଏଚ ସମ୍ପ୍ରସାରଣ ପ୍ରକ୍ରିୟା ବର୍ତ୍ତମାନ ଓବିସିସି ନାମକ ଏକ ସଂସ୍ଥାକୁ ଦିଆଯାଇଛି ସେ ଏହା ଉପରେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିଛି ,ସେହିପରି ବିମାନବନ୍ଦରର ସମ୍ପ୍ରସାରଣ ଏବଂ ନିୟମିତ ବିମାନସେବାକୁ ନେଇ ଗତ ଦୁଇଦିନ ତଳେ ସେ ନିଜେ ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହ କଥା ହୋଇ ଏହି କାର୍ଯ୍ୟକିପରି ତ୍ୱରାନ୍ୱିତ ହେବ ଏବଂ ଅନ୍ୟ ସମସ୍ୟାର ସମାଧାନ ପାଇଁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବୋଲି କହିଥିଲେ । ସର୍ବୋପରି ସରକାରୀ ବ୍ୟବସ୍ଥାର ସଦୁପଯୋଗ କରି ମହଜୁଦ ଥୁବା ଭିତ୍ତିଭୂମିର ବିକାଶ କରାଇ ଅଞ୍ଚଳବାସୀଙ୍କ ଆବଶ୍ୟକତା ଅନୁସାରେ ଅଞ୍ଚକର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଇ ମୁଁ ନିରନ୍ତର ପ୍ରୟାସ କରିଚାଲିଛି ଆଗକୁ ମଧ୍ୟ କରିଚାଲୁଥିବୀ ବୋଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖପାତ୍ର ଶ୍ରୀ ଧିରେନ ସେନାପତି ମଧ୍ୟ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଘଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟ, ପ୍ରାକ୍ତନ ସଭାନେତ୍ରୀ ଲତୀକା ପଟ୍ଟନାୟକ ଏବଂ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.